ଓଡ଼ିଶା

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ: ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ : ଆଜି ଦୋଳଉତ୍ସବ ଓ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ଵାରରେ ଭକ୍ତଙ୍କ ପ୍ରବଳ ଭିଡ ସମାଗମ ହୋଇଥିଲା। ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିବା ପରେ ଭକ୍ତଙ୍କ ଧୈର୍ଯ୍ୟ ଚ୍ୟୂତି ଘଟି ପ୍ରବଳ ଠେଲା ପେଲା ହୋଇଥିଲେ।

ଏପରିକି ଭକ୍ତ ମାନେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ। ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ ଭାଙ୍ଗି ଭକ୍ତ ମାନେ ଧସେଇ ପଶିବା ବେଳେ ଅନେକ ଭକ୍ତ ତଳେ ପଡି ଆହତ ହୋଇଥିଲେ । ସେଠାରେ ଉପସ୍ଥିତ ଥିବା ମାତ୍ର ଦୁଇଜଣ ସୁରକ୍ଷାକର୍ମୀ ଏତେବଡ ଭିଡକୁ ଅଟକାଇ ପାରିନଥିଲେ ।

ଶତାଧିକ ଭକ୍ତ ବ୍ୟାରିକେଡ଼ ଭାଙ୍ଗି ଭିତରେ ପ୍ରବେଶ କରିବା ପରେ ପୋଲିସ ପକ୍ଷରୁ ପୁଣିଥରେ ବ୍ୟାରିକେଡ଼କୁ ବନ୍ଦ କରାଯାଇଥିଲା। ପ୍ରବଳ ଖରା ଓ ଭକ୍ତଙ୍କ ଭିଡ ଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

Related Articles

Back to top button