![](https://i0.wp.com/odia.mobilenews24x7.com/wp-content/uploads/2023/02/supreme-court2-2.jpg?resize=414%2C230&ssl=1)
ଋତୁସ୍ରାବ ଜନିତ ଛୁଟିକୁ କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଥି ସହ ଆବେଦନକୁ ଖାରଜ କରି ଦେଇଛନ୍ତି । ଋତୁସ୍ରାବ ସମୟରେ ଛାତ୍ରୀ ଓ କାର୍ଯ୍ୟରତ ମହିଳାଙ୍କୁ ଛୁଟି ଦେବାକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହି ସମୟରେ କର୍ମଜୀବୀ ମହିଳାମାନଙ୍କୁ ଦରମା ନ କାଟି ଦୁଇ ଦିନ ଛୁଟି ଦେବାକୁ ନେଇ ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ହୋଇଛି ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ, ଆବେଦନକାରୀଙ୍କୁ କହିଛନ୍ତି ଯେ ଏହା କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତି , ଏନେଇ କେନ୍ଦ୍ର ସରକାର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗଙ୍କୁ ଆବେଦନ କରନ୍ତୁ ଆବେଦନକାରୀ । ଏହାସହ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅଧିକ ଅନୁଧ୍ୟାନ କରି ନୀତିଗତ ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମୁଖ୍ୟ ବିଚାରପିତ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
ଋତୁସ୍ରାବ ସମୟରେ ଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ କର୍ମଜୀବୀ ମହିଳାଙ୍କୁ ଛୁଟି ଦେବା ପାଇଁ ଆଇନଜୀବୀ ଶୈଳନ୍ଦ୍ରମଣୀ ତ୍ରିପାଠୀ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।