Featuredଓଡ଼ିଶାଶିକ୍ଷା

ପୃଥକ ହେବ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ

ଭୁବନେଶ୍ୱର:  ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।  ତେବେ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ଟି କଲେଜକୁ ପୃଥିକୀକରଣ କରାଯାଇଛି । ଏ ଦିଗରେ ଜମି ଓ ଭିତ୍ତିଭୂମି ସମସ୍ୟା ବାଧା ସୃଷ୍ଟି କରୁଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୃଥିବୀକରଣ ଉପରେ ଆଲୋଚନା ହୋଇଥିଲା ।

ଗଣଶିକ୍ଷା ବିଭାଗ ଅଧିନରେ ଥିବା ମାଧ୍ୟମିକ ସ୍କୁଲମାନଙ୍କରେ ଥିବା ଖାଲି ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଯୁକ୍ତଦୁଇ କଲେଜମାନଙ୍କରେ ମଧ୍ୟ ନିଯୁକ୍ତି ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ଦାୟିତ୍ୱ ଦିଆଯାଇଛି । ଏହା ମଧ୍ୟରେ ୧୫୪୩ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପାଇଁ ମଞ୍ଜୁରୀ ମିଳିସାରିଥିବା ବେଳେ ଆଗକୁ ୩୬୭ଟି ପିଜିଟି ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com