Featuredଓଡ଼ିଶା

ଚାନ୍ଦିପୁର ITRରୁ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

ଭୁବନେଶ୍ୱର: ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା ପୋଲିସ। କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୮ ତାରିଖରେ ଶେଷ ହେବ।

ତେବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ସମ୍ପତ୍ତିଆ ପଞ୍ଚାୟତ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ’ ପାକିସ୍ତାନକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ।

 

Related Articles

Back to top button