ଅନ୍ୟାନ୍ୟ

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନୀଷ ଓ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ, ୨୮ /୦୨/୨୦୨୩ –    ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଲେ ଇସ୍ତଫା । କେବଳ ସିସୋଦିଆ ନୁହନ୍ତି ଜେଲ ବିଭାଗ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ବିରୋଧୀ ବି.ଜେ.ପି. ଏହି ୨ଜଣଙ୍କ ଇସ୍ତଫା ଦାବି କରି ଆସୁଥିଲା ।   ମନୀଷ ଓ ସତ୍ୟେନ୍ଦ୍ର ଉଭୟ ଏବେ ଦୁର୍ନୀତି ମାମଲାରେ ବିଚାରବିଭାଗୀୟ ହାଜତରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏହି ଦୁଇ ଜଣ ଇସ୍ତଫା ପତ୍ର ପଠାଇଥିଲେ ଏବଂ କେଜ୍ରିୱାଲ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com