Featuredସ୍ୱାସ୍ଥ୍ୟ

ବ୍ଲଡ ସାମ୍ପୂଲରୁ କ୍ୟାନସର ସେଲ୍ ଚିହ୍ନଟ କରିବ ଡିଭାଇସ୍

ଏଣିକି କ୍ୟାନସରକୁ ଚିହ୍ନଟ କରିବା ଅତି ସହଜ ହୋଇପାରିବ । ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏଥିପାଇଁ ଏକ ନୂଆ ଡିଭାଇସ ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ମାଧ୍ୟମରେ ଜଣଙ୍କ ଶରୀରରେ କ୍ୟାନସର ବିକଶିତ ହୋଇଛି କି ନା ତାହା ସ୍ପଷ୍ଟ ହୋଇଯିବ । ଏହି ଡିଭାଇସର ନାମ ହେଉଛି ‘ଷ୍ଟାଟିକ୍ ଡ୍ରପଲେଟ୍ ମାଇକ୍ରୋଫ୍ଲୁଇଡିକ୍’ । ଏହା ବ୍ଲଡ୍ ସାମ୍ପୂଲରୁ କ୍ୟାନସର ସେଲକୁ ଚିହ୍ନଟ କରିପାରିବ । ଏହି ଯନ୍ତ୍ର ରୋଗୀ ଶରରରେ ସର୍କୁଲେଟିଂ ଟ୍ୟୁମର ସେଲସକୁ ଚିହ୍ନଟ କରିଥାଏ, ଯେଉଁ ଟ୍ୟୁମର କ୍ୟାନସରର ମୂଳ ରୂପ ହୋଇଥାଏ । ସାଧାରଣ ଭାବେ ଟ୍ୟୁମରରୁ କ୍ୟାନସର ବିକଶିତ ହୋଇ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଏହି ଡିଭାଇସ୍ ରୋଗୀର ସାମ୍ପୂଲରୁ ଯକୃତ ଓ ବ୍ଲାଡର କର୍କଟକୁ ଚିହ୍ନଟ କରିବାରେ ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com