ୟୁକ୍ରେନ୍ ଯୁଦ୍ଧରେ ମସ୍କୋ ଆକ୍ରମଣକାରୀ ନୁହେଁ: ଲାଭ୍ରୋଭ୍
![](https://i0.wp.com/odia.mobilenews24x7.com/wp-content/uploads/2023/03/Capture-1.jpg?resize=381%2C255&ssl=1)
ୟୁକ୍ରେନ୍ ସହିତ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ଦିଲ୍ଲୀରେ ‘ରାଇସିନା ଡାଏଲଗ୍’ରେ କହିବା ବଳେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଗୁରୁତ୍ବାରୋପ କରି କହିଛନ୍ତି ଯେ, ମସ୍କୋ ଆକ୍ରମଣକାରୀ ନୁହେଁ, ଯୁଦ୍ଧ ଆମ ବିରୋଧ ଆରମ୍ଭ କରାଯାଇଥିଲା।
‘ଦି ୱାସିଂଟନ୍ ପୋଷ୍ଟ୍’ ମଧ୍ୟ ରିପୋର୍ଟ କରିଛି ଯେ, ଲାଭ୍ରୋଭ୍ କହିଛନ୍ତି- ଆମେ ଯେଉଁ ଯୁଦ୍ଧକୁ ବନ୍ଦ କରିବାକୁ ଉଦ୍ୟମ କରୁଛୁ ତାହା ୟୁକ୍ରେନବାସୀଙ୍କୁ ଲଗାଇ ଆମ ବିରୋଧରେ ଆରମ୍ଭ କରାଯାଇଥିଲା।
ଦିଲ୍ଲୀରେ ‘ରାଇସିନା ଡାଏଲଗ୍’ରେ ଉଦ୍ବୋଧନ ଦେବା ବେଳେ ଲାଭ୍ରୋଭ୍ ଅଭିଯୋଗ କରିଛନ୍ତି ଯେ, ଆମେରିକା ଦୋମୁହାଁ ନୀତି ଅବଲମ୍ବନ କରୁଛି। ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ଅଧିବେଶନରେ ୟୁକ୍ରେନ୍ ପ୍ରସଙ୍ଗ ଉତ୍ଥାପନ କରିଥିବା ବେଳେ ଇରାକ୍, ଲିବ୍ୟା, ଆଫଗାନିସ୍ତାନ ଅଥବା ଯୁଗୋସ୍ଲାଭିଆ ପରିସ୍ଥିତି ବିଷୟରେ ଆମେରିକା କୌଣିସ ଆଲୋଚନା ପାଇଁ ପ୍ରସ୍ତାବ ନେଇ ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି।
ରୁଷୀୟ ବୈଦେଶିକ ମନ୍ତ୍ରୀ କହିଛନ୍ତି, ରୁଷ୍ କେବଳ ଆତ୍ମରକ୍ଷା କରୁଛି। ‘ଜି୨୦’ ଗଠନ କରାଯିବାର ମୁଖ୍ୟ ଆଭିମୁଖ୍ୟ ଆର୍ଥିକ ଓ ଅଣୁଅର୍ଥନୈତିକ ନୀତି ଉପରେ କେହି ଗୁରୁତ୍ବାରୋପ କଲେନାହିଁ। ୟୁକ୍ରେନ୍ ପ୍ରସଙ୍ଗ ଛଡ଼ା ‘ଜି୨୦’ରେ ଅନ୍ୟ କୌଣସି ପ୍ରସଙ୍ଗ ଉପରେ କାହାରି ଆଗ୍ରହ ନ ଥିଲା ବୋଲି ଲାଭ୍ରୋଭ୍ କହିଛନ୍ତି।