Featuredଜାତୀୟ

କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍‌. ଧ୍ରୁବନାରାୟଣଙ୍କ ପରଲୋକ

ହୃଦ୍‌ଘାତ ଯୋଗୁଁ ଆଜି କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଆର୍‌. ଧ୍ରୁବନାରାୟଣଙ୍କର ମୃତ୍ୟୁ ଘଟିଛି। ମହୀଶୂରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଧ୍ରୁବନାରାୟଣଙ୍କୁ ମୃତ୍ୟୁ ବେଳକୁ ୬୨ ବର୍ଷ ହୋଇଥିଲା।‘ଡିଆର୍‌ଏମ୍‌ଏସ୍‌’ ହସ୍ପିଟାଲ୍‌ର ଡାକ୍ତର ମଞ୍ଜୁନାଥ କହିଛନ୍ତି, ଛାତିରେ କଷ୍ଟ ହେବାରୁ ସକାଳ ୬.୪୦ରେ ଡ୍ରାଇଭର୍‌ ତାଙ୍କୁ ଡାକ୍ତରଖାନା ଆଣିଥିଲେ।

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୟା ମଧ୍ୟ ଧ୍ରୁବନାରାୟଣଙ୍କ ଅକାଳ ବିୟୋଗ ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । ଆଜି ମହୀଶୂରରେ ଧ୍ରୁବନାରାୟଣଙ୍କ ଶେଷକୃତ୍ୟ ସମାପନ କରାଯିବ।

Related Articles

Back to top button