ଓଡ଼ିଶା

ବର୍ଷା ଅଭାବରୁ ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ

ନୂଆଦିଲ୍ଲୀ, ୦୪/୦୮/୨୦୨୨ – ବିଶ୍ୱରେ ଦେଖାଦେଇପାରେ ଚାଉଳ ସଙ୍କଟ । ସମଗ୍ର ବିଶ୍ୱରେ ଚାଉଳ ରପ୍ତାନୀରେ ଭାରତ ଏକ ନମ୍ବର ରହିଛି । ବିଶ୍ୱ ବଜାରରେ ଚାଉଳ ରପ୍ତାନୀରେ ଭାରତର ଅଂଶ ୪୦ ପ୍ରତିଶତ ରହିଛି । ହେଲେ ଚଳିତ ବର୍ଷ ଓଡିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଛତିଶଗଡ ସମେତ ଅନେକ ରାଜ୍ୟରେ ବର୍ଷା ଅଭାବରୁ ଧାନ ବୁଣିବାରେ ୧୩ ପ୍ରତିଶତ ହ୍ରାସ ଘଟିଛି । ଯଦି ଚାଉଳ ଉତ୍ପାଦନ କମ୍ ହେବ ତାହେଲେ ଘରୋଇ ବଜାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚାଉଳ ରପ୍ତାନି ଉପରେ ସରକାର ରୋକ ଲଗାଇପାରନ୍ତି । ଏହାଦ୍ୱାରା ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖା ଦେଇପାରେ । ଗତ ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ କିସମର ଚାଉଳ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଚାଉଳ ଉତ୍ପାଦନ ହ୍ରାସ ହେଲେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ । ଯାହା ଆଗାମୀ ଦିନରେ ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିରତା ଉପରେ ପ୍ରଭାବ ପକାଇପାରେ । ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ଗହମ ସହିତ ଅନ୍ୟାନ୍ୟ ଦର ବଢିଛି । ଏବେ କିନ୍ତୁ ଚାଉଳ ଦର ବଢିବାକୁ ଯାଉଛି । ଦର ବଢିବା ପଛର ପ୍ରମୁଖ କାରଣ ରହିଛି ଅଭାବୀ ବର୍ଷା । ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ବୁଣିବା ପ୍ରକ୍ରିୟା ପ୍ରଭାବିତ ହୋଇଛି । ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com