Featuredଜାତୀୟରାଜନୀତି

ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ : ଧାରଣା ସ୍ଥଳରେ ୧୪୪ ଧାରା ଜାରି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଅଯୋଗ୍ୟ ଘୋଷିତ ହେବା ,କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜଘାଟ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଜି ଦିନିକିଆ ସତ୍ୟାଗ୍ରହ କରୁଛି ଦଳ । ପାର୍ଟି ମୁତାବକ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ଅନ୍ୟାୟ ବିରୋଧରେ ଦଳକୁ ଏକଜୁଟ କରିବା ଲକ୍ଷ୍ୟରେ ଏବେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାକୁ ଦଳ ସଂକଳ୍ପ ସତ୍ୟାଗ୍ରହ ବୋଲି ନାମିତ କରିଛି । କେବଳ ଦିଲ୍ଲୀର ରାଜଘାଟ ନୁହେଁ ବରଂ ଦେଶର ଅନେକ ରାଜ୍ୟରେ ଦଳ ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଦଳ କହିଛି ।

ଦିଲ୍ଲୀର ରାଜଘାଟ ଠାରେ କଂଗ୍ରେସର ବରିଷ୍ଠ ନେତାମାନେ ସତ୍ୟାଗ୍ରହରେ ବସିଛନ୍ତି । ଏହି ସତ୍ୟାଗ୍ରହରେ ଉପସ୍ଥିତ ଥିବା ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ, ପି,ଚିଦାମ୍ବରମ୍, ଜୟରାମ ରମେଶ, ସଲମାନ ଖୁର୍ସିଦ୍, ପ୍ରମୋଦ ତିୱାରୀ, ଅଜୟ ମାକେନ ଓ ମୁକୁଲ ବାସନିକ । ମହାତ୍ମା ଗାନ୍ଧୀ ସମାଧୀସ୍ଥଳରେ ଧାରଣା ଦେବାକୁ ଅନୁମତି ନମିଳିବାରୁ ଦଳର ନେତାମାନେ ରାଜଘାଟ ଠାରେ ଧାରଣା ଦେଇଛନ୍ତି । ସେପଟେ ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀ ଆଜି ତାଙ୍କ ଟ୍ୱିଟରର ବାୟୋ ବଦଳାଇଛନ୍ତି । ଏଥିରେ ସେ ସାଂସଦ ସ୍ଥାନରେ ଅଯୋଗ୍ୟ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି । ଧାରଣା ସ୍ଥଳରେ ହିଂସାକୁ ନଜରରେ ରଖି ପୋଲିସ ରାଜଘାଟ ଓ ତାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com