Featuredଓଡ଼ିଶାରାଜନୀତି

ପଦମପୁର ପାଇଁ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ପଦମପୁର ଉପନିର୍ବାଚନ ପାଇଁ ସୋମବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷା ସିଂ ବରିହାଙ୍କୁ ବିଜେଡି ଟିକେଟ୍ ଦେଇଛି । ବର୍ଷା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ବଡ଼ ଝିଅ । ବିଜୟଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା ଆସନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପନିର୍ବାଚନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଆସନ୍ତା ୧୬ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଞ୍ଝାଲ ସମାଜ । ଦିବଂଗତ ବିଧାୟକ ବିଜୟ ରଞ୍ଜନଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ସମାଜ ପକ୍ଷରୁ ନିବେଦନ କରାଯାଇଥିଲା ପ୍ରାର୍ଥୀଭାବେ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷା । ମହିଳା ସଶକ୍ତିକରଣକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ପରିବାରର ଯାହାକୁ ବି ଟିକେଟ ମିଳିଥାନ୍ତା ତାହାକୁ ଆମେ ସମର୍ଥନ କରିଥାଆନ୍ତୁ ବୋଲି ବର୍ଷା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com