ଅନ୍ୟାନ୍ୟ
ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଜାଲ ଜବ୍କାର୍ଡ

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଜାଲ ଜବ୍କାର୍ଡ ଏକ ବଡ଼ ସମସ୍ୟା ହୋଇରହିଛି। ତାହାର ମୁକାବିଲା ଲାଗି ପଦକ୍ଷେପ ମଧ୍ୟ ନିଆଯାଉଛି।
୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ। ୨୦୨୧-୨୨ରେ ଓଡ଼ିଶାରେ ୫୦,୮୧୭ ନକଲି ଜବ୍ କାର୍ଡକୁ ବାଦ ଦିଆଯାଇଥିଲା। ଅର୍ଥାତ ବର୍ଷକ ଭିତରେ ଜାଲ ଜବ୍ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ହୋଇଥିଲା। ସଂସଦରେ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।