ଜାତୀୟରାଜନୀତି

ଗୋଆରେ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା, ବିଜେପିରେ ସାମିଲ ହୋଇପାରନ୍ତି ୯ ବିଧାୟକ

ପାନାଜୀ: ମହାରାଷ୍ଟ୍ର ସଂକଟ ପରେ ଏବେ ଗୋଆରେ କଂଗ୍ରେସରେ ବିଦ୍ରୋହର ଆଶଙ୍କା । ସୂଚନା ଅନୁସାରେ କଂଗ୍ରେସର ୯ ଜଣ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ପାର୍ଟି ଏପରି ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ୧୧ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ । ଯଦି ୯ ଜଣ ବିଧାୟକ ବିଜେପିରେ ସାମିଲ ହୁଅନ୍ତି ତେବେ କଂଗ୍ରେସ ନିକଟରେ କେବଳ ୨ ଜଣ ବିଧାୟକ ରହିବେ ।

ଗୋଆରେ କଂଗ୍ରେସର ଅନେକ ବିଧାୟକ ଶାସନରେ ଥିବା ବିଜେପିରେ ସାମିଲ ହେବା ଖବରକୁ ଗୋଆ ପ୍ରଭାରୀ ଦିନେଶ ଗୁଡୁ ରାଓଙ୍କ ସହ ଅନେକ ବରିଷ୍ଠ ନେତା ଖଣ୍ଡନ କରିଛନ୍ତି । ଅନ୍ୟପଟେ ଦଳରେ ବିଦ୍ରୋହର ଆଶଙ୍କା ଉପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅମିତ ପାଟକର କହିଛନ୍ତି, ଆମର ୧୧ ଜଣଙ୍କ ମଧ୍ୟରୁ ୮ ବିଧାୟକ ନୂଆ। ଦଳର ବରିଷ୍ଠ ବିଧାୟକ ନୂଆ ବିଧାୟକମାନଙ୍କ ସହ ଆଲୋଚନା କରୁଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଏଲେକ୍ସୋ ସିକ୍ୱେରା କହିଛନ୍ତି, ପାର୍ଟିର ଶୀର୍ଷ ନେତୃତ୍ୱ ପକ୍ଷରୁ କୌଣସି ଡାକରା ଆସି ନଥିଲା, କେବଳ ସୌଜନ୍ୟମୂଳକ ସାକ୍ଷାତକାର କରିଥିବା ସେ କହିଛନ୍ତି । ତେବେ ସେ ମଧ୍ୟର ଏହା ଉପରେ କୌଣସି ସ୍ପଷ୍ଟ ମତ ନ ଦେଇ, କେବଳ ନିଜ କଥା କହିପାରିବେ ଅନ୍ୟ କାହା କଥା କହିପାରିବେ ନାହିଁ ବୋଲି କହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com