Featuredଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ରହସ୍ୟମୟ ବସ୍ତୁ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରେ ଏକ ରହସ୍ୟମୟ ବସ୍ତୁ ଦେଖିବାକୁ ମିଳିଛି । ଏହି ବସ୍ତୁଟି ଭାରତରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ -୩ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ରହସ୍ୟମୟ ବସ୍ତୁର ଉଚ୍ଚତା ଏବଂ ଚଉଡ଼ା ପ୍ରାୟ ୨ ମିଟର । ୬୪୨ ଟନ୍, ୪୩.୫ ମିଟର ଉଚ୍ଚତା ବିଶିଷ୍ଟ LVM ରକେଟ ଚନ୍ଦ୍ରଯାନ-୩ ଗତ ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପଠାଯାଇଥିଲା କରାଯାଇଥିଲା ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ମାଳଦ୍ୱୀପ ଦେଇ ଗତି କରୁଥିବା ବେଳେ ଅଷ୍ଟ୍ରେଲିଆ ଆକାଶରେ LMV-୩ ଦୃଶ୍ୟମାନ ହୋଇଥିଲା । ଏବେ ଏକ ରହସ୍ୟମୟ ବସ୍ତୁ ପଶ୍ଚିମ ଅଷ୍ଟ୍ରେଲିଆର ଗ୍ରୀନ୍ ହେଡ୍ ଉପକୂଳରୁ ଠାବ କରାଯାଇଛି । ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଯଦିଓ ଅଷ୍ଟ୍ରେଲୀୟ ସ୍ପେସ୍ ଏଜେନ୍ସି ଏହା ନିଶ୍ଚିତ କରିନାହିଁ କିନ୍ତୁ କେତେକ କହୁଛନ୍ତି ଯେ ଏହା ଭାରତରୁ ଆସିଥିବା ଏକ ପୁରୁଣା PSLVର ହୋଇପାରେ । ଏ ବିଷୟରେ ଭାରତୀୟ ମହାକାଶ ଏଜେନ୍ସି (ISRO) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

mystery-object-on-Australian-beach-from-Chandrayaan3-750x430-1

ଅଷ୍ଟ୍ରେଲିଆ ସ୍ପେସ୍ ଏଜେନ୍ସି କହିଛି ଯେ, ପଶ୍ଚିମ ଅଷ୍ଟ୍ରେଲିଆର ଜୁରିଏନ୍ ବାଇ ନିକଟ ସମୁଦ୍ର କୂଳରେ ମିଳିଥିବା ଏହି ବସ୍ତୁ ବିଷୟରେ ଆମେ ବର୍ତ୍ତମାନ ପଚରାଉଚରା କରୁଛୁ । ଏହା ଏକ ବିଦେଶୀ ସ୍ପେସ୍ ଲଞ୍ଚ ଯାନ ସହିତ ସଂଲଗ୍ନ ହୋଇପାରେ । ଆମେ ବିଶ୍ୱ ସ୍ତରୀୟ ସହକର୍ମୀଙ୍କ ସହ ଯୋଗାଯୋଗରେ ଅଛୁ, ଯେଉଁମାନେ ଅଧିକ ସୂଚନା ପ୍ରଦାନ କରିବାରେ ସମର୍ଥ ହୋଇପାରନ୍ତି। ସେପଟେ ଅଜ୍ଞାତ ବସ୍ତୁଠାରୁ ଦୂରରେ ରହିବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ASA ବା ଅଷ୍ଟ୍ରେଲିୟା ସ୍ପେସ୍ ଏଜେନ୍ସି । ASA ଆହୁରି କହିଛି, ଯଦି କୌଣସି ଲୋକ ସନ୍ଦେହଜନକ ବସ୍ତୁ ଚିହ୍ନଟ କରନ୍ତି, ତେବେ ସେ ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଅଷ୍ଟ୍ରେଲିୟା ସ୍ପେସ୍ ଏଜେନ୍ସିକୁ ଜଣାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com