Featuredଓଡ଼ିଶାରାଜନୀତି

ବିଜେପିରେ ମିଶି ଗେରୁଆ ହେବେ ନବୀନ !

ଭୁବନେଶ୍ୱର: ଗେରୁଆ ହେବେ ନବୀନ । ବିଜେପିରେ ମିଶିଯିବେ ନବୀନ ପଟ୍ଟନାୟକ । ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର । ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ । ଭାଜପା ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଏମିତିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାଜପାକୁ ପଳେଇ ଆସି ପାରନ୍ତି । କେବଳ ଏତିକି ନୁହେଁ, ସେ କହିଛନ୍ତି, ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ । ଦଳଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ । ମୁଁ ଶତ୍ରୁକୁ ମାରିବାକୁ ଚାହେଁନି, ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି । ଏପରି କହି ସେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ତାସôଲ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com