ଓଡ଼ିଶା

ଗଛରେ ପିଟି ହେଲା ବାଇକ, ଜଣେ ମୃତ, ଅନ୍ୟଜଣେ ଗୁରୁତର

ଭଦ୍ରକ() ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ସାମ୍ନାକୁ କୁକୁର ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍‌ । ଫଳରେ ବାଇକ ଆରୋହୀଙ୍କର ଜୀବନ ଯାଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ଧାମନଗର ଥାନା ଅଧିନ ଗୁମୁଗଡ଼ ଠାରେ ଦୁର୍ଘଟଣା ଘଟିଛି । ଧାମନଗର ଥାନା ଦକ୍ଷିଣବାଡ଼ ଗାଁର ଗୌରବ ବେହେରା ସାଙ୍ଗ ଶିବ ଶଙ୍କର ବେହେରାଙ୍କ ସହ କୋଠାର ଅଭିମୁଖେ ଯାଉଥିବା ବେଳେ ଗୁମୁଗଡ଼ ନିକଟରେ ଏକ କୁକୁର ସାମ୍ନାକୁ ଆସିଯାଇଥିଲା । ଫଳରେ ବ୍ରେକ ମାରିବା ସମୟରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୌରବ ବେହେରାଙ୍କୁ ମୃତ ଘୋଷଣା କରାଯାଇଛି । ବାଇକ ଚାଳକ ଶିବ ଶଙ୍କର ବେହେରାଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com