ବାଣିଜ୍ୟ

ପ୍ରଥମ ଥର ପାଇଁ EMIରେ ମିଳୁଛି ଆମ୍ବ

ପୁନେ, ୦୭/୦୪/୨୦୨୩ –   ଦେଶରେ ବିଭିନ୍ନ ଫଳକୁ ନେଇ ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । କେତେବେଳେ ଦାମକୁ ନେଇ ତ ଆଉ କେତେବେଳେ ଫଳ ଚାଷକୁ ନେଇ । ତେବେ ଏସବୁ ଭିତରେ ଏବେ ଚର୍ଚ୍ଚରେ ରହିଛି ଫଳର ରାଜା ଆମ୍ବ । କାହିଁକିନା ଆସଭାବପତ୍ର ଭଳି ଏବେ ଆମ୍ବ କିସ୍ତି ଆକାରରେ ମିଳୁଛି । ଆଜ୍ଞା ହଁ, କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ପୁନେର ଜଣେ ବ୍ୟବସାୟୀ ଆଲଫୋନସୋ ଆମ୍ବ ଉପରେ EMI ସୁବିଧା ପ୍ରଦାନ କରୁଛନ୍ତି । ଗୁରୁକୃପା ଟ୍ରେଡର୍ସ ଆଣ୍ଡ ଫ୍ରୁଟ ପ୍ରଡକ୍ଟସ୍ ପକ୍ଷରୁ ଏପରି ସୁବିଧା ଯୋଗାଇ ଦିଆଯାଉଛି । ଏଠାରେ ଆଲଫୋନସୋ ଆମ୍ବ ଡଜନ ପିଛା ୮୦୦ରୁ ୧୩୦୦ ଟଙ୍କା ବିକ୍ରି କରାଯାଉଛି । ଯାହାକୁ କିସ୍ତି ଆକାରରେ କିଣି ପାରିବେ । ତେବେ ଦେଶରେ ଆମ୍ବ କିସ୍ତିରେ ମିଳିବା ଏହା ପ୍ରଥମ ଘଟଣା ।

ସାଧାରଣତଃ ଆମ୍ବ ଫଳୁଥିବା ଋତୁରେ ଏହାର ଦାମ ଅଧିକ ରହୁଥିବାରୁ ସମସ୍ତେ ଏହାକୁ କିଣି ପାରନ୍ତି ନାହିଁ । ଯାହାକୁ ଆଖିରେ ରଖି ଏପରି ବ୍ୟବସ୍ଥା କରାଯାଇଥିବା ଗୁରୁକୃପା ଟ୍ରେଡର୍ସ ଆଣ୍ଡ ଫ୍ରୁଟ ପ୍ରଡକ୍ଟସ୍ ପକ୍ଷରୁ କୁହାଯାଇଛି । କିନ୍ତୁ ଏହି ସୁବିଧା ପାଇବାକୁ ହେଲେ ଜଣେ ଗ୍ରାହକଙ୍କୁ ଅତିକମରେ ୫ହଜାର ଟଙ୍କାର ଆମ୍ବ କିଣିବାକୁ ପଡିବ । ଗ୍ରାହକମାନେ କ୍ରେଡିଟ କାର୍ଡରେ ଆମ୍ବ କିଣି EMIରେ ପାଇସା ସୁଝି ପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com