Featuredଅନ୍ତର୍ଜାତୀୟ
ମିଆଁମାରରେ ଏୟାର ଷ୍ଟ୍ରାଇକ୍ : ୧୦୦ ରୁ ଅଧିକ ମୃତ

ମିଆଁମାରରେ ସେନା ହେଲିକପ୍ଟରରୁ ଗୁଳି ଓ ବୋମା ବର୍ଷା କରାଯାଇ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଛି । ଏଥିରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସାମରିକ ଶାସନ ବିରୋଧରେ ଏକ କାର୍ଯ୍ୟକ୍ରମ ପାଇଁ ସାଧାରଣ ନାଗରିକଙ୍କ ଭିଡ଼ ଉପରେ ମିଆଁମାର ସେନା ଏୟାର ଷ୍ଟ୍ରାଇକ୍ କରିଥିଲା।
ଏହି କାର୍ଯ୍ୟକ୍ରମକୁ ସାମରିକ ଶାସନର ବିରୋଧୀମାନେ ଆୟୋଜନ କରିଥିବା କୁହାଯାଉଛି ଏବଂ ଏଥିରେ ସାଧାରଣ ଲୋକ ଉପସ୍ଥିତ ଥିଲେ । ଏହି ଆକ୍ରମଣରେ ୩୦ ଜଣଙ୍କ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି ।
ମିଳିତ ଜାତିସଂଘ ମିଆଁମାରର ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ସାମରିକ ଆକ୍ରମଣକୁ ନିନ୍ଦା କରିଛି।