ଜାତୀୟମନୋରଞ୍ଜନ

ନନ୍ଦିନୀ ଗୁପ୍ତା ହେଲେ ଫେମିନା ମିସ ଇଣ୍ଡିଆ -୨୦୨୩

ସବୁ ସୁନ୍ଦରୀଙ୍କୁ ପଛରେ ପକେଇ ଫେମିନା ମିସ ଇଣ୍ଡିଆ ୨୦୨୩ ତାଜ ପିନ୍ଧିଲେ ୧୯ ବର୍ଷୀୟ ନନ୍ଦିନୀ ଗୁପ୍ତା

ଭୁବନେଶ୍ୱର, ୧୯/୦୪/୨୦୨୩ –   ଫେମିନା ମିସ ଇଣ୍ଡିଆ- ୨୦୨୩ ହେଲେ ରାଜସ୍ଥାନର ନନ୍ଦିନୀ ଗୁପ୍ତା । ଦେଶର ୫୯ ତମ ମିସ ଇଣ୍ଡିଆର ତାଜ ନନ୍ଦିନୀ ନିଜ ନାଁରେ କରିନେଇଛନ୍ତି । ନନ୍ଦିନୀ ରାଜସ୍ଥାନର କୋଟା ବାସିନ୍ଦା ହୋଇଥିବା ବେଳେ ସେ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ଆଉ ଏବେ ଦେଶର ୫୯ ତମ ମିସ ଇଣ୍ଡିଆ ହୋଇଛନ୍ତି ।

ଏହି ପ୍ରତିଯୋଗୀତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ମଣିପୁରର ଥୌନାଓଜାମ ଷ୍ଟ୍ରେଲା ଲୁୱାଙ୍ଗ ୨ୟ ରନର୍ସ ଅପ ହୋଇଛନ୍ତି । ତେବେ ନନ୍ଦିନୀଙ୍କ ବିଜୟ ପରେ ପୂର୍ବତନ ମିସ ଇଣ୍ଡିଆ ସିନି ଶେଟ୍ଟୀ ତାଙ୍କୁ  ମୁକୁଟ ପିନ୍ଧାଇଥିଲେ । ସିନା ସେଟ୍ଟୀ ଫେମିନା ମିସ ଇଣ୍ଡିଆ ୨୦୨୨ର ବିଜେତା ହୋଇଥିଲେ । ମିସ ଇଣ୍ଡିଆ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ହେଲେ ନନ୍ଦିନୀ ସମସ୍ତ ସୁନ୍ଦରୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ।

ମାତ୍ର ୧୯ ବର୍ଷ ବୟସରେ ନନ୍ଦିନୀ ମିସ ଇଣ୍ଡିଆ ତାଜ ପିନ୍ଧି ଆନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମିସ ଇଣ୍ଡିଆ ହେବା ପରେ ନନ୍ଦିନୀ ମିସ ୱାଲ୍ଡ ପାଇଁ ଦେଶରୁ ପ୍ରତିନିତ୍ୱ କରିପାରନ୍ତି । ଫେମିନା ମିସ ଇଣ୍ଡିଆ ୨୦୨୩ର ଗ୍ରାଣ୍ଡ ଫିନାଲ ମଣିପୁରର ଇମ୍ପାଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଠାରୁ ଆରମ୍ଭ କରି ଅନନ୍ୟା ପାଣ୍ଡେ, ନେହା ଧୂପିୟା, ଭୂମି ପେଡନେକର ଏବଂ ମନୀଷ ପଲଙ୍କୁ ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com