ଜୀବନଶୈଳୀ

ପତଞ୍ଜଳି ‘ଦିବ୍ୟ ଦନ୍ତ ମଞ୍ଜନ’ରେ କଟଲ ଫିସ୍ !

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ପତଞ୍ଜଳି । ଡେଣ୍ଟାଲ ଉତ୍ପାଦକୁ ନେଇ ଜାରି ହୋଇଛି ଲିଗାଲ ନୋଟିସ୍ । ଶାକାହାରୀ ସହ ଗ୍ରୀନ୍ ସିମ୍ବଲ ଥିବା ପତଞ୍ଜଳି ‘ ଦିବ୍ୟ ଦନ୍ତ ମଞ୍ଜନ’ରେ ସମୁଦ୍ର ଫେନ୍ ବା କଟଲ ଫିସ୍ ବ୍ୟବହୃତ ନେଇ ହୋଇଛି ଅଭିଯୋଗ । ଏନେଇ ପତଞ୍ଜଳିକୁ ଆଇନଗତ ବିଜ୍ଞପ୍ତି ଜାରି ହୋଇଛି। ଆଇନଜୀବୀ ସସା ଜୈନ ପତଞ୍ଜଳି ଉତ୍ପାଦରେ ଅଣ-ଶାକାହାରୀ ବା ନନଭେଜିଟେରିଆନ ଉପାଦାନ ମିଶାଉଥିବା ନେଇ ଟ୍ୱିଟ୍ କରିଛନ୍ତି । ଯାହାପରେ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ସସା କହିଛନ୍ତି ଯେ ପତଞ୍ଜଳିର ଏହି ଉତ୍ପାଦ ଉପଭୋକ୍ତା ଅଧିକାର ନିୟମକୁ ଉଳ୍ଲଘଂନ କରିଛି । ଯାହା ବିଭିନ୍ନ ଶାକାହାରୀ ସମ୍ପ୍ରଦାୟ ସହ ଖେଳିଛି । ତେବେ ପତଞ୍ଜଳି ‘ ଦିବ୍ୟ ଦନ୍ତ ମଞ୍ଜନ’ରେ ସମୁଦ୍ର ଫେନ୍ ବା କଟଲ ଫିସ୍ ବ୍ୟବହାର ନେଇ ସେ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥି ସହିତ ସେ ଏହି ଉତ୍ପାଦର ଫଟୋ ମଧ୍ୟ ଟ୍ୱିଟରରେ ସେୟାର କରିଛନ୍ତି । ଏଥିସହିତ ବିଜ୍ୟପ୍ତି ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ କମ୍ପାନୀକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ବର୍ଷ ନଭେମ୍ବର ମାସରେ ଉତ୍ତରପ୍ରଦେଶର ଆୟୁର୍ବେଦିକ ଏବହ ୟୁନାନି ସେବା କତ୍ତୃପକ୍ଷ ପତଞ୍ଜଳିର ଦିବ୍ୟା ଫାର୍ମାସିକୁ ୫ଟି ଔଷଧୀୟ ଉତ୍ପାନଦ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏହି ନିଷ୍ପତ୍ତିକୁ ପରେ ପ୍ରତ୍ୟାହାର କରିନିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com