ଜୀବନଶୈଳୀ

୩୦ ଜୁନରୁ ଆରମ୍ଭ ହେବ ଅମରନାଥ ଯାତ୍ରା

 ଜାମ୍ମୁ କାଶ୍ମୀର, 24/06/22 : ଭାରତର ଅନେକ ଶୈବ ପୀଠମାନଙ୍କ ମଧ୍ୟରୁ ଅମରନାଥ ଧାମ ଅନ୍ୟତମ । ବାବା ଅମରନାଥ ଧାମରେ ଥିବା ବରଫର ଶିବ ଲିଙ୍ଗ ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ବହୁ ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ପୀଠ ୩୦ ଜୁନରେ ଖୋଲିବାକୁ ଯାଉଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅମରନାଥଙ୍କ ଦର୍ଶନ ପାଇଁ ଆସିବେ ବୋଲି ଆଶା ରହିଛି । ତେଣୁ, ଅତ୍ୟଧିକ ଭିଡ଼ ହେବା ଆଶଙ୍କା କରି ପ୍ରଶାସନ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ବାବା ଅମରନାଥଙ୍କ ଗୁମ୍ଫା ସମୁଦ୍ର ପତ୍ତନଠାରୁ ପାଖାପାଖି ୩,୮୦୦ ମିଟର ଉଚ୍ଚରେ ଅବସ୍ଥିତ । ଅମରନାଥ ଧାମକୁ ଯିବା ପାଇଁ ମୁଖ୍ୟତଃ ଦୁଇଟି ରାସ୍ତା ଅଛି । ପ୍ରଥମ ରାସ୍ତା ପହଲଗାମରୁ ଆରମ୍ଭ ହୋଇଥିଲା ବେଳେ ଦ୍ୱିତୀୟ ରାସ୍ତା ସୋନମର୍ଗର ବାଲଟାଲରୁ ଆରମ୍ଭ ହୋଇଛି । ପହଲଗାମରୁ ଅମରନାଥ ଧାମର ଦୂରତା ପାଖାପାଖି ୨୮ କିଲୋମିଟର ହୋଇଥିଲା ବେଳେ ବାଲଟାଲଠାରୁ ଅମରାନାଥ ଧାମର ଦୂରତା ପାଖାପାଖି ୧୪ କିଲୋମିଟର । ଶ୍ରଦ୍ଧାଳୁମାନଙ୍କୁ ଏହି ରାସ୍ତା ଚାଲି ଚାଲି ଅତିକ୍ରମ କରିଥାଆନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com