ଜୀବନଶୈଳୀ

ମହିଳା ବସ୍ ଅଟକାଇଲେ, ଡ୍ରାଇଭର୍ ରଖିବାକୁ ବାଧ୍ୟ

ଜାଣନ୍ତୁ ସରକାରଙ୍କ ନୂଆ ନିୟମ କେବେ କେଉଁଠି

ନୂଆଦିଲ୍ଲୀ:  କୌଣସି ଜାଗାକୁ ଯିବାକୁ ହେଲେ ଯଦି ବ୍ୟକ୍ତିଗତ ଗାଡି ନାହିଁ ତେବେ ମହିଳାମାନଙ୍କୁ ଅଟୋ କିମ୍ବା ବସର ଆବଶ୍ୟକତା ହୋଇଥାଏ । ବିଶେଷକରି ସହରାଞ୍ଚଳରେ ରହୁଥିବା କର୍ମଜୀବୀ ମହିଳାଙ୍କ ପାଇଁ ବସର ବହୁ ଆବଶ୍ୟକତା ରହିଥାଏ । ସରକାର ମଧ୍ୟ ମହିଳାମାନଙ୍କ ଯାତାୟତ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ବସରେ ଆସନ ସଂରକ୍ଷଣ ବ୍ୟବସ୍ଥା ହେଉ କିମ୍ବା ଯାତ୍ରା ଭଡା କମ୍ ହେଉ ମହିଳାଙ୍କ ପାଇଁ ବିଶେଷ ସୁବିଧା ରହିଥାଏ ।

ତେବେ ଏହା ଭିତରେ ଉଭୟ ବସ ଏବଂ ମହିଳାଙ୍କ ପାଇଁ ବଡ ଖବର ଆସିଛି । ଏଣିକି ଯଦି କୌଣସି ମହିଳା ବସ ଅଟକାନ୍ତି ତେବେ ଡ୍ରାଇଭର ଗାଡି ରୋକିବାକୁ ବାଧ୍ୟ ହେବେ । ବହୁ କ୍ଷେତ୍ରରେ ମହିଳାମାନେ ଯଦି ବସକୁ ଅଟକାନ୍ତି ତେବେ ଡ୍ରାଇଭର ଉକ୍ତ ମହିଳାଙ୍କ ପାଇଁ ଗାଡି ନରଖି ଚାଲିଯାଉଥିବା ଜଣାପଡିଛି । ଯାହା ଏବେ ଆଉ ହୋଇପାରିବ ନାହିଁ । କାରଣ ଯଦି କୌଣସି ମହିଳା ବସ୍ ଅଟକାନ୍ତି ତେବେ ବସ୍ ରହିବାକୁ ବାଧ୍ୟ ହେବ । ନହେଲେ ଡ୍ରାଇଭରଙ୍କୁ ସିଧା ଜେଲ ଯିବାକୁ ପଡିବ । ସେହିପରି ଗାଡିର ଅନ୍ୟ କର୍ମଚାରୀ ମଧ୍ୟ ଏନେଇ ସତର୍କ ହେବା ଜରୁରୀ ହୋଇପଡିଛି ।

ତେବେ ଦିଲ୍ଲୀ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ମହିଳାଙ୍କ ପାଇଁ ବସ ଯାତ୍ରା ମାଗଣା ଥିବାରୁ କିଛି ଡ୍ରାଇଭର ମହିଳାଙ୍କୁ ଅଣଦେଖା କରି ଚାଲି ଯାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏନେଇ ଅଭିଯୋଗ ଆସିବାପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଗାଡି ରଖିନଥିବା ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଡ୍ୟୁଟିରୁ ବଦଳାଇ ଦିଆଯାଇଛି । ଏହାସହ ବସର ଅନ୍ୟ କର୍ମଚାରୀଙ୍କ ବିରୋଦ୍ଧରେ ତଦନ୍ତ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com