Featuredଜାତୀୟଜୀବନଶୈଳୀମନୋରଞ୍ଜନ

‘ସଂସ୍କୃତି ସହ ଜଡ଼ିତ ବିଚାରାଧାରାରେ ଭିନ୍ନ ମତ ଦେଇପାରିବେନି ନ୍ୟାୟାଳୟ’

ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଜାଲିକାଟୁ । ଧର୍ମୀୟ ଭାବନା ତଥା ସାମାଜିକ ଚଳଣିକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମତ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଆଶା କରାଯାଉଥିବା ଚୂଡ଼ାନ୍ତ ରାୟ ସ୍ଥଗିତ ରହିଯାଇଛି । ତାମିଲନାଡୁ ସରକାର ଜାଲିକାଟୁକୁ ରାଜ୍ୟର ସଂସ୍କୃତି ଓ ଐତିହ୍ୟର ଏକ ବିଶେଷ ଅଂଶ ରୂପେ ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ବିଚାର ବିଭାଗ ଏଥିରେ ନିଜସ୍ୱ ମତ ଦେଇପାରିବେ ନାହିଁ । ଏଭଳି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ।

ଉଲ୍ଲେଖଯୋଗ୍ୟ ଯେ ଜୀବେ ନିଷ୍ଠୁରତା ପାଇଁ ତାମିଲନାଡୁ ସରକାର ଖୁବ୍ ସମାଲୋଚିତ ହୋଇଛନ୍ତି । କିନ୍ତୁ ଆଇନରେ ପରିବର୍ତ୍ତନ କରି ଜାଲିକାଟୁ ତଥା ଷଣ୍ଢଦୌଡ଼କୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅନେକ ମାମଲା ରୁଜୁ ହୋଇଥିଲା । ୨୦୨୨ ଡିସେମ୍ବରେ ଏହି ମାମଲାର ଶୁଣାଣିବେଳେ କୋର୍ଟ ଏ ନେଇ ବିଭିନ୍ନ ପକ୍ଷର ମତାମତ ଶୁଣିଥିଲେ ।

ତାମିଲନାଡୁରେ ପୋଙ୍ଗଲ ବା ମକର ସଂକ୍ରାନ୍ତି ସମୟରେ ଜାଲିକାଟୁ ଉତ୍ସବ ମହାସମାରୋହରେ ପାଳିତ ହୋଇଆସୁଛି । ଏଥିରେ ବହୁସଂଖ୍ୟାରେ ଲୋକେ ଅଂଶଗ୍ରହଣ କରନ୍ତି । ଷଣ୍ଢ ଦୌଡ଼ ହୁଏ ଓ ଜାଣିଶୁଣି ଷଣ୍ଢକୁ ଉସୁକାଇ ଲୋକେ ମଜା ନିଅନ୍ତି । ଏହା ଫଳରେ ଅନେକ ଲୋକ ଗୁରୁତର ଆହତ ହୁଅନ୍ତି । ସେହିପରି ଅତି ନିଷ୍ଠୁର ଭାବେ ଦୌଡ଼ାଉଥିବାରୁ ବହୁ ଷଣ୍ଢ ମଧ୍ୟ ଗୁରୁତର ଆହତ ହୋଇପଡ଼ନ୍ତି । ଏନେଇ ଜଷ୍ଟିସ୍ କେଏମ୍ ଜୋସେଫଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ଖଣ୍ଡପୀଠ ଗତବର୍ଷ ବିଚାର ବିମର୍ଶ କରିଥିଲେ । ଯାହାର ଶୁଣାଣି ମେ ୧୮ରେ ହେବାର ଥିଲା । ତେବେ ସୁପ୍ରିମକୋର୍ଟ ଏହି ଶୁଣାଣିକୁ ପୁନଃ ସ୍ଥଗିତ ରଖିଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com