ଜୀବନଶୈଳୀ

ମାଲକାନଗିରିରେ ପହଞ୍ଚିଲା ହକି ବିଶ୍ଵକପ୍ ଟ୍ରଫି

ଭୁବନେଶ୍ୱର, ୩୧/୧୨/୨୦୨୨-   ୨୦୨୩ ହକି ବିଶ୍ଵକପର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ଵକପ୍ ଟ୍ରଫି ଏବେ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଶନିବାର ଏହି ଟ୍ରଫି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି । ଜିଲ୍ଲାର ଗୋବିନ୍ଦପାଲିରେ ପହଞ୍ଚିବା ପରେ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟ୍ରଫିକୁ ସ୍ୱାଗତ କରିଥିଲେ । ସେଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭଯାତ୍ରାରେ ଏହା ମାଥିଲିରେ ପହଞ୍ଚିଥିଲା । ସଦର ମହକୁମାଠାରେ ପହଞ୍ଚିବା ପରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟ୍ରଫିକୁ ସ୍ୱାଗତ କରିଥିଲେ । ଏହାପରେ DNK ଖେଳ ପଡ଼ିଆ ଯାଏ ଟ୍ରଫି ନିଆ ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com