ଆକ୍ସନ ମୋଡରେ ସେନା ଆଉ ସରକାର, କୁଆଡ଼େ ଯିବେ ମିଷ୍ଟର୍ ଖାନ୍
![Imran Khan](https://i0.wp.com/odia.mobilenews24x7.com/wp-content/uploads/2023/05/terrorist_00003.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ପାକିସ୍ତାନରେ ଥମୁନି ଇମ୍ରାନ ଆଉ ସେହେବାଜଙ୍କ ବିବାଦ । ଦିନକୁ ଦିନ ବଢି ଚାଲିଛି ବିବାଦ । ଫଲରେ ସାରା ଦେଶରେ ଦେଖା ଦେଇଛି ହିଂସା । ସେପଟେ ଗିରଫ ହେବା ପରେ ପରେ ବଢି ଚାଲିଛି ଇମ୍ରାନଙ୍କ ପାଇଁ ଅଡ଼ୁଆ । ଆଉ ଏସବୁ ଭିତରେ ଆକ୍ସନ ମୋଡ଼ରେ ସେନା ଆଉ ସରକାର । ଏହା ମଧ୍ୟରେ ଆସିଛି ଏକ ସାଂଘାତିକ ତଥ୍ୟ । ଇମ୍ରାନଙ୍କ ଘର ଜମାନ ପାର୍କରେ ୩୦-୪୦ ଆତଙ୍କବାଦୀ ଲୁଚି ରହିଥିବା ଅଭିଯୋଗ ଆଣିଛନ୍ତି ପାକିସ୍ତାନ ସରକାର । ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଇମ୍ରାନଙ୍କ ଘରକୁ ଘେରାଉ କରିଛି ପୁଲିସ୍ ।
ପଞ୍ଜାବର ଅନ୍ତରୀଣ ସୂଚନା ମନ୍ତ୍ରୀ ଆମିର ମୀର କହିଛନ୍ତି ଯେ ଜମାନ ପାର୍କରେ ଆତଙ୍କବାଦୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଓ ଜିଓ-ଫେନିଙ୍ଗସ୍ ଜରିଆରେ ସୂଚନା ମିଳିଥିଲା । ଲାହୋର କର୍ପସ କମାଣ୍ଡର ହାଉସ୍ ୁପରେ ଆକ୍ରମଣ କରିଥିବା ଆତଙ୍କୀଙ୍କ ମଧ୍ୟରେ କିଛି ଆତଙ୍କି ଏମାନେଙ୍କ ମଧ୍ୟରେ ଥିବା ଜଣାପଡ଼ିଛି । ତେଣୁ ଏମାନଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି । ଯଦି ଏମିତି ଇମ୍ରାନ ନକରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନଙ୍କ ବିରୋଧରେ ସେନା ଅଦାଲତରେ ମୋକଦ୍ଦମା ଚାଲୁ ହେବ ଏବଂ ଏହା ଭବିଷ୍ୟତରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି ଚେତାବନୀ ଦିଆଯାଇଛି।
ସେପଟେ ଇମ୍ରାନ ଖାନ୍ ଟୁଇଟ୍ କରି କହିଛନ୍ତି, ତାଙ୍କୁ ପୁଣି ଗିରଫ କରିବା ପାଇଁ ଏହା ପାକିସ୍ତାନ ସରକାରଙ୍କ ଏକ ଷଡ଼ଯନ୍ତ୍ର । ଗୋଟିଏ ପଟେ ଇମ୍ରାନ ନିର୍ବାଚନ ଶେଷ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ସରକାର ତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଦେଖିବା ବାକି ରହିଲା ଇମ୍ରାନଙ୍କ ଘରେ ଆତଙ୍କବାଦୀ ଲୁଚିବା ପ୍ରସଙ୍ଗରେ କଣ ପଦକ୍ଷେପ ନେଉଛନ୍ତି ସରକାର ।