ଓଡ଼ିଶା

୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା : ଡିସିଜିଆଇ ଦେଲେ ଅନୁମତି

ନୂଆଦିଲ୍ଲୀ() କରୋନାର ନୂଆ ଲହର ଆସିବା ନେଇ ଆଶଙ୍କା ଦେଖାଦେଇଛି । ଏହାମଧ୍ୟରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ୬ରୁ ୧୨ ବର୍ଷର ଶିଶୁଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁସାରେ, କରୋନାର ବିଭିନ୍ନ ଲହରରେ ଛୋଟ ପିଲା ଓ ଶିଶୁ ବେଶୀ ସଂକ୍ରମିତ ହେଉଥିବା ନଜର ଆସୁଛି । ଓମିକ୍ରନରେ ଅଧିକ ଶିଶୁ ପଜିଟିଭ୍ ହୋଇଥିଲେ । ଏବେ ଏକ୍ସଇ ଭାରିଆଣ୍ଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବା ସମ୍ଭାବନା ରହିଛି ।

ଏହାମଧ୍ୟରେ ଡିସିଜିଆଇ ସ୍ଥିତିକୁ ଗୁରୁତର ସହ ନେଇ ପିଲାଙ୍କୁ ଟିକାକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏବେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ଯାହା ପିଲାଙ୍କୁ ସଂକ୍ରମଣରୁ ସୁରକ୍ଷା ଯୋଗାଇବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com