କ୍ରୀଡ଼ା

ବୁଧବାର ଖେଳାଯିବ ଭାରତ-ଓ୍ଵେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍

ନୂଆଦିଲ୍ଲୀ, ୨୭/୦୭/୨୦୨୨- ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲା ବୁଧବାର ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ସେତେଟା ଗୁରୁତ୍ଵ ରଖୁନଥିବାବେଳେ ଓ୍ଵେଷ୍ଟଇଣ୍ଡିଜ ଶେଷ ମୁକାବିଲା ଜିତି ଆତ୍ମ ସମ୍ମାନ ରଖିବାକୁ ଚାହିଁବ। ଶେଷ ମୁକାବିଲାରେ ଭାରତୀୟ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। ଚୂଡାନ୍ତ ଏକାଦଶରେ ଯେଉଁ ଖେଳାଳି ଖେଳୁଛନ୍ତି ସେମାନେ ଆଗାମୀ ଗୁରୁତ୍ଵପୂର୍ଣ୍ଣ ସିରିଜ୍ ଏବଂ ଟୂର୍ଣ୍ଣାମେଣ୍ଟର ଅଂଶ ବିଶେଷ ହେବାକୁ ଯାଉଛନ୍ତି। କିନ୍ତୁ ଅର୍ଶଦୀପ ସିଂହଙ୍କୁ ଦ୍ରୁତ ବୋଲର ଅଭେଶ ଖାନଙ୍କ ସ୍ଥାନରେ ପଦାର୍ପଣର ସୁଯୋଗ ମିଳିପାରେ। ଭାରତୀୟ ଦଳରେ କେବଳ ଏହି ଗୋଟିଏ ପରିବର୍ତ୍ତନର ସମ୍ଭାବନା ରହିଛି। ଦିନିକିଆ ଶୃଙ୍ଖଳା ପରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଯେଉଁଥିରେ ଭାରତର ନେତୃତ୍ଵ  ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ। ତେଣୁ ଉଭୟ ଦଳ ଶେଷ ଦିନିକିଆ ଜିତି ଟି-୨୦ ସିରିଜ୍ ଆରମ୍ଭ କରିବାକୁ ଚାହିଁବେ ।

ଭାରତୀୟ ସାମ୍ଭାବ୍ୟ ଦଳ- ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ସଞ୍ଜୁ ସାମସନ (ଓ୍ଵିକେଟ୍ ରକ୍ଷକ), ଅକ୍ଷର ପଟେଲ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ ।

ଓ୍ଵେଷ୍ଟଇଣ୍ଡିଜର ସାମ୍ଭାବ୍ୟ ଦଳ- ନିକୋଲାସ ପୂରନ (ଅଧିନାୟକ), ସାଇ ହୋପ୍ (ଓ୍ଵିକେଟ୍ କିପର), ଶାମହ ବ୍ରୁକ୍ସ, କାଇଲ ମେୟର୍ସ, ବ୍ରେଣ୍ଡନ କିଙ୍ଗ୍,  ରୋଭମ୍ୟାନ ପାଓ୍ଵେଲ, ଅକିଲା ହୁସେନ, ରୋମାରିଓ ସେଫାର୍ଡ, ଅଲଜାରୀ ଯୋଶେଫ, ଜେଡନ ସିଲ୍ସ , ହେଡନ ଓ୍ଵାଲ୍ସ ।

Related Articles

Back to top button
WP Twitter Auto Publish Powered By : XYZScripts.com