Breaking NewsFeaturedଅନ୍ତର୍ଜାତୀୟ

ପୁଣି କାଳ ସାଜିଲା ଲୌହ ଦାନବ, ଉପୁଜିଲା ବାହାନଗା ସ୍ଥିତି

ମନରୁ ଲିଭିନାହିଁ ବାହାନଗା ଟ୍ରେନ ଦୁର୍ଘଟଣା । ଏଯାଏ ବି ସମ୍ପୂର୍ଣ୍ଣ ସଫା ହୋଇନାହିଁ ଦୁର୍ଘଟଣା ସ୍ଥାନ । ଏହା ଭିତରେ ପୁଣି ଘଟି ଯାଇଛି ଆଉ ଏକ ଭୟଙ୍କର ଦୁର୍ଘଟଣା । ରବିବାର ରାତି ପ୍ରାୟ ସାଢେ ୭ଟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ୩ଟି ଟ୍ରେନ ପରସ୍ପର ସହ ବାଡେଇ ହେବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଯେ ଏବେ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜନଙ୍କର ପରିଚୟ ଜଣାପଡିଛି ।

ସମସ୍ତ ମୃତକ ଆନ୍ଧ୍ର ପ୍ରଦେଶ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ସେହିପରି ୫୦ ରୁ ଉର୍ଦ୍ଧ୍ୱ ଆହତ ଚିକିତ୍ସିତ ହେଉଛନ୍ତି । ତେବେ ପରିସ୍ଥିତିକୁ ଦେଖି ବର୍ତ୍ତମାନ ୪୫ଟି ଟ୍ରେନକୁ ବାତିଲ, ୨୬ଟି ଟ୍ରେନର ଗତିପଥ ଏବଂ ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ସେପଟେ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଏପଟେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଆବଶ୍ୟକୀୟ ସମସ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସହ ଏସଆରସି ଟିମ୍ । ଏହାଛଡା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com