ଓଡ଼ିଶାଜାତୀୟ

ରାଜ୍ୟର ନୂଆ DGP ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ମୋବାଇଲ ନ୍ୟୁଜ 24×7ବ୍ୟୁରୋ;  ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ ବା DGP ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ଷଡ଼ଙ୍ଗୀ। ୧୯୯୦ ବ୍ୟାଚ୍‌ IPS ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ ଶନିବାର ରାଜ୍ୟ ସରକାର DGP ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ। ରବିବାର ପୋଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବାପରେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି।

ପରବର୍ତ୍ତୀ ପୋଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି । ୧୯୮୮ ବ୍ୟାଚ୍‌ର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ଏ.ଏମ୍‌.ପ୍ରସାଦ, ଏସ୍‌.ଏମ୍‌. ନରୱଣେ, ବି. ରାଧିକା, ୧୯୯୦ ବ୍ୟାଚ୍‌ର ୱାଇ.ବି. ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି । ନୂଆ DGP ନିଯୁକ୍ତ ହେବା ଯାଏ ସେ ଏହି ଦାୟିତ୍ୱରେ ରହିବେ।

ଅରୁଣ ପୂର୍ବରୁ ସ୍ପେଶାଲ ଡିଜି ଅଫ୍‌ ପୋଲିସ, ଟ୍ରେନିଂ ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ BPSPAର ନିର୍ଦ୍ଦେଶକ ଅଛନ୍ତି । ଏଥିସହ ସେ ପୋଲିସ ବିଭାଗର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com