ଓଡ଼ିଶା

ଗାଁ ମାଟିକୁ ଫେରିଲା ୩ ଜଣଙ୍କ ମୃତଦେହ, ଆନ୍ଧ୍ର ସୀମାନ୍ତରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ

ନବରଙ୍ଗପୁର: ଆନ୍ଧ୍ରପ୍ରଦେଶ ବୋଡୁଗୁଡେମ୍ ନିକଟରେ ବସ୍ ଦୁର୍ଘଟଣାରେ ମୃତ ନବରଙ୍ଗପୁର ଜିଲ୍ଲାର ଦୁଇ ଭାଈ ଭଉଣୀ ଓ ଜଣେ ଶ୍ରମିକଙ୍କ ଶବ ଆସି ଗାଁରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଭବାନୀପାଟଣାରୁ ବିଜୟୱାଡା ଅଭିମୁଖେ ଯାଉଥିବା ବସ୍‌ଟି ଆନ୍ଧ୍ରପ୍ରଦେଶ ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଡେମ୍ ନିକଟରେ ଓଲଟି ପଡିଥିଲା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ହୋଇଥିଲେ । ମୃତକମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୩ ଜଣ ଥିଲେ। ତେନ୍ତୁଳିଖଣ୍ଟି ବ୍ଲକ ଅନ୍ତର୍ଗତ କହ୍ନେଇମୁଣ୍ଡା ଗାଁର ଲକ୍ଷ୍ମଣ ହରିଜନ ତାଙ୍କ ପରିବାରକୁ ନେଇ କାମ କରିବା ପାଇଁ ଯାଉଥିଲେ । ସାଥିରେ ତାଙ୍କର ଦୁଇ ପୁଅ ଝିଅ ରହିଥିଲେ। ୫ ବର୍ଷର ପୁଅ ଜିତୁ ଓ ୨ ବର୍ଷର ଝିଅ ସୁନୈନା ଅନ୍ୟ ଜଣେ ନବରଙ୍ଗପୁର ବ୍ଲକ ଭାଟିଗାଁର ଡୁମର ହରିଜନ ବୋଲି ଜଣାପଡିଛି । ସେ ମଧ୍ୟ ନିଜ ପରିବାର ସହ କାମ କରିବାକୁ ଯାଉଥିଲେ। ଦୁର୍ଘଟଣାରେ ଦୁଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com