ଜାତୀୟମନୋରଞ୍ଜନ

ମଥାରେ ବିନ୍ଦି, ଦେହରେ ଲାଲ୍‌ ଶାଢୀ ; ଟ୍ରାଡିଶନାଲ୍‌ ଲୁକ୍‌ରେ ଜଲଓ୍ୱା ଦେଖାଇଲେ ସୁହାନା ଖାନ୍‌

ମୁମ୍ବାଇ() ବଲିଉଡର ବାଦଶାହ ତଥା ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ସୁହାନା ପ୍ରତିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସନ୍ତି। ଏହି କାରଣରୁ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ମଧ୍ୟ ସୁହାନା ଖାନଙ୍କ ଫ୍ୟାନ୍‌ ଫଲୋର୍ସ ଖୁବ୍‌ ଅଧିକ । ସୋସିଆଲ ମିଡିଆରେ ବହୁତ ଆକ୍ଟଟିଭ୍‌ ଥିବା ସୁହାନା ଫଟୋ ଭିଡିଓ ସେୟାର କରନ୍ତି। ହେଲେ ଏବେ ଏକ ଫଟୋ ଇଣ୍ଟର ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ ସୁହାନା ଖାନଙ୍କ ଏକ ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି । ତାଙ୍କ ଏହି ଅନ୍ଦାଜ୍‌ ଆଜି ଯାଏଁ କେହି ଦେଖି ନଥିଲେ । ଫ୍ୟାନ୍ସମାନେ ମନକୁ ଛୁଇଁଯାଇଛି ସୁହାନାଙ୍କର ଏହି ଟ୍ରାଡିଶନାଲ୍‌ ଲୁକ୍‌ । ଷ୍ଟାର୍କିଡର ଏହି ନୂଆ ଅବତାର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁହାନା ଖାନଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି ।

 

View this post on Instagram

 

A post shared by Manish Malhotra (@manishmalhotra05)

ଏହି ଚିତ୍ର ଗୁଡ଼ିକରେ ସୁହାନା ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଲାଲ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ଲାଲ୍ ଶାଢୀ ସହିତ ବ୍ୟାକଲେସ୍ ବ୍ଲାଉଜ୍ ଗ୍ଲାମରସ୍‌ ଦେଖାଯାଉଛନ୍ତି। ବିଶେଷ କରି ତାଙ୍କ କପାଳରେ ଏକ ଛୋଟ ବିନ୍ଦି ତାଙ୍କ ମୁହଁକୁ ଖୁବ୍‌ ସୁନ୍ଦର କରାଉଛି । ଏହି ଫଟୋକୁ ଏପର୍ଯ୍ୟନ୍ତ୧ ଲକ୍ଷ ୪୭ ହଜାରରୁ ଅଧିକ ପନ୍ଦ କରିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com