ଓଡ଼ିଶା

ମୟୂରଭଞ୍ଜ କରଞ୍ଜିଆରେ ସିରିଜ୍ ଦୁର୍ଘଟଣା, ୪ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ସିରିଜ୍ ଦୁର୍ଘଟଣା, ୪ ମୃତ । ଭାରସାମ୍ୟ ହରାଇ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ଥ । ଘଟଣାସ୍ଥଳରେ ଜଣଙ୍କର ମୃତ ହୋଇଥିବାବେଳେ ଅନ୍ୟଜଣଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି । ଠାକୁରମୁଣ୍ଡା ଥାନା ତରାମରା ନିକଟରେ ଘଟିଛି ଏହି ଦୁର୍ଘଟଣା । ଠାକୁରମୁଣ୍ଡା ବ୍ଲକ ଗୁଡ଼ଭଙ୍ଗାରୁ ସୁକ୍ରୁଳି ବ୍ଲକ ଭାଲିଆଡାଳକୁ ବରଯାତ୍ରୀରେ ଏମାନେ ଯାଇଥିଲେ । ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ପାଞ୍ଚଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ କରଞ୍ଜିଆ ବାଉନାଶାଳ ନିକଟରେ ଏକ ବୋଲେରୋ ବାଇକ୍ ଚାଳକକୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ବୋଲେରୋ ଚାଳକ ଗୁରୁତର ହୋଇ କରଞ୍ଜିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ୪୯ ନମ୍ବର ଜାତୀୟ ରାଜପଥ ଯଶିପୁରରେ ଟ୍ରକ୍ ଧକ୍କାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com