ଓଡ଼ିଶା

ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବଡବିଲ() ବଡ଼ବିଲ ଥାନା ସେରେଣ୍ଡା ମେଗାଜିନ ହଟିଙ୍ଗ ନିକଟ ଜଙ୍ଗଲର ଏକ ନାଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଠାକୁରାଣୀ ବୁରୁହଟିଙ୍ଗ ବାସିନ୍ଦା ଜଗବନ୍ଧୁ ନାଏକ । ସେ ଓଏମସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡିଛି । ଶୁକ୍ରବାର ସେ କୌଣସି କାମରେ ସେରେଣ୍ଡା ସ୍ଥିତ ଓଏମସି କାର୍ଯ୍ୟାଳୟକୁ ଆସିଥିଲେ । ତେବେ ଶନିବାର ସକାଳେ ତାଙ୍କ ମୃତଦେହ ସେରେଣ୍ଡା ମେଗାଜିନ ହଟିଙ୍ଗ ନିକଟ ଜଙ୍ଗଲର ଏହି ନାଳରେ ପଡ଼ିଥିବା  ସ୍ଥାନୀୟ ଜଙ୍ଗଲ କମିଟିର କିଛି ଯୁବକ ଦେଖି ବଡ଼ବିଲ ଥାନାକୁ ଜଣାଇଥିଲେ । ଖବର ପାଇ ବଡ଼ବିଲ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି । ତେବେ ବ୍ୟକ୍ତିଙ୍କ ମୃତ୍ୟୁ କିପରି ଓ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com