Breaking NewsFeaturedଓଡ଼ିଶା

ଆସୁଛି ମୌସୁମୀ, ୧୪ ତାରିଖ ବେଳକୁ ଓଡ଼ିଶାରେ ହେବ ବର୍ଷା

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ରଜରେ ଭିଜିବ ସାରା ଓଡ଼ିଶା । ଆଉ ସପ୍ତାହେ ଭିତରେ ଭିଜାଇବ ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ । ଫଳରେ ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ମୌସୁମୀ ପାଇଁ ଓଡ଼ିଶାରେ ପାଗ ଅନୁକୁଳ ରହିଛି । ଆସନ୍ତା ୪ ତାରିଖରେ ମୌସୁମୀ କେରଳ ଛୁଇଁବ । ଏହା ଧିରେ ଧିରେ ଆଗକୁ ବଢୁଥିବା ବେଳେ ଭାରତ ଉପଦ୍ଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ଗୁରୁବାର ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ , ମାଲଦ୍ୱୀପ-କୋମରିନ୍‌ର କିଛି ଅଂଶ , ଦକ୍ଷିଣ ତଥା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି ।

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶା ପହଞ୍ଚିଥାଏ । ତେଣୁ ଏଥର ରଜରେ ରାଜ୍ୟରେ ମୌସୁମୀ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ବିଭାଗ କହିଛି ଜୁନ୍‌ରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ। କିନ୍ତୁ ଏହାପରେ ମୌସୁମୀ ପିକ୍‌ରେ ପହଞ୍ଚିବ। ତେଣୁ ଜୁନରୁ ସେପ୍ଟେମ୍ବର ଯାଏ ବର୍ଷାକୁ ଦେଖିଲେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଲଙ୍ଗ ପରିୟଡ ଆଭରେଜ ବା ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ୯୬% ବର୍ଷା ହେବ। ଏହା ୪% ଅଧିକ କିମ୍ବା କମ ହୋଇପାରେ।

ସେପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆସନ୍ତା ୪ ଦିନ ଯାଏ ବିଶେଷ କରି ଉପକୂଳବର୍ତ୍ତି ଓ କିଛି ଆଭ୍ରନ୍ତରୀଣ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗତକାଲି ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ୁପରେ ରହିଛି । ରାଜ୍ୟ‌ର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୪ଡିଗ୍ରି ରେକର୍ଡ ହୋଇଥିବା ବେଳେ ପଛକୁ ରହିଛି ଝାରସୁଗୁଡ଼ା ସହର। ଏଠାରେ ଦିନ ତାପମାତ୍ରା ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୬ ଡିଗ୍ରି, ସୋନପୁରରେ ୪୨.୪ ଡିଗ୍ରି, ବୌଦ୍ଧରେ ୪୨.୨ ଡିଗ୍ରି, ରାଉରକେଲାରେ ୪୧.୨ ଡିଗ୍ରି, ବରଗଡ଼, ଟିଟିଲାଗଡ଼, ବାରିପଦା ଓ ମାଲକାନଗିରିରେ ୪୧ ଡିଗ୍ରି, ତାପମାତ୍ରା ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶା ତାତିରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଯୋଗୁଁ ଗୁଳୁଗୁଳି ବଢ଼ିବାରେ ଲାଗିଛି। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com