Breaking NewsFeaturedଓଡ଼ିଶାଜାତୀୟଶିକ୍ଷା

ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଭଙ୍ଗାହେଲା ବାହାନଗା ସ୍କୁଲ

କୁଢ଼କୁଢ଼ ମୃତଦେହ ଥିବା ବାହାନଗା ହାଇସ୍କୁଲ୍ ଏବେ ଭଙ୍ଗାଗଲା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ । ସମ୍ପୂର୍ଣ୍ଣ ଭଙ୍ଗାଯିବ ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ବିଦ୍ୟାଳୟ । ୫ଟି ଉପକ୍ରମ ଅନୁସାରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ମଡେଲ ସ୍କୁଲ ଭାବେ ଗଢାଯିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ୨ ତାରିଖରେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଶହ ଶହ ଯାତ୍ରୀ । ସେମାନଙ୍କ ମର ଶରୀରକୁ ସାମୟିକ ଭାବେ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ମରଶରୀରକୁ ଅନ୍ୟତ୍ର ନିଆଯାଇ ସାନିଟାଇଜ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଭୟ କରୁଛନ୍ତି । ତେଣୁ ସ୍କୁଲ ଘର ଭାଙ୍ଗି ଏହାର ପୁନଃନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା । ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସାସନ ସଚିବ, ୫-ଟି ସଚିବ, ସ୍କୁଲ ଗଣଶିକ୍ଷା ସଚିବ ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତଙ୍କ ମତକୁ ବିଚାର କରାଯାଇଛି । ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହାନଗା ସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲକୁ ଭାଙ୍ଗି ତାର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସେପଟେ ନିଷ୍ପତ୍ତି ପରେ ପରେ ବାହାନଗା ହାଇସ୍କୁଲ ଘର ଭଙ୍ଗା ଯାଇଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ମର ଶରୀର ଯେଉଁଠାରେ ରଖାଯାଇଥିଲା ସେହି ଘରକୁ ଭଙ୍ଗାଯାଉଛି । ତହସିଲଦାର ଓ ପୁଲିସ ଉପସ୍ଥିତିରେ ଘର ଭଙ୍ଗା ଯାଉଛି । ଭଙ୍ଗା କାର୍ଯ୍ୟରେ ଲାଗିଛନ୍ତି ଶ୍ରମିକ । ସେପଟେ ସ୍କୁଲ ଘର ଭଙ୍ଗାଯିବାକୁ ନେଇ ଜିଲ୍ଲାପାଳ କହିଲେ ଭୂତ ପାଇଁ ସ୍କୁଲ ଘର ଭଙ୍ଗା ଯାଉନି । ଯେଉଁ ଘରେ ମରଶରୀର ରଖାଯାଇଥିଲା, ସେଠାରେ ପିଲାମାନେ ବସି ମଧ୍ୟାହ୍ନ ଭୋଜନ ଖାଉଥିଲେ । କାନ୍ଥରେ ରକ୍ତର ଛିଟା ଲାଗିଥିବାରୁ ଏହାକୁ ଭଙ୍ଗା ଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com