![Rahul Gandhi Marriage Topic](https://i0.wp.com/odia.mobilenews24x7.com/wp-content/uploads/2023/07/rahul.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: କେବେ ବିବାହ କରିବେ ରାହୁଲ ଗାନ୍ଧୀ? ବିବାହକୁ ନେଇ ପ୍ରଶ୍ନ ପଚାରିବାରୁ ଲାଜେଇ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଗାତାର କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ରାହୁଲ ଗାନ୍ଧୀ । ଶନିବାର ତାଙ୍କୁ କୃଷକଙ୍କ ସହ ହଳ କରିବା ସହ ଧାନ ରୋପଣ କରୁଥିବା ଦେଖିବାକୁ ମିଳିଥିଲା । ଆଉ କରୋଲବାଗରେ ବାଇକ୍ ସର୍ଭିସିଂ କରୁଥିବା ସମୟରେ ସେଠାରେ ମେକାନିକ୍ ତାଙ୍କୁ ଏଭଳି ପ୍ରାଙ୍କ କରିଥିଲେ ଯେଉଁଥି ପାଇଁ ସେ ଲାଜେଇ ଯାଇଥିଲେ । ବାସ୍ତବରେ ରାହୁଲ ଗାନ୍ଧୀ ଦିଲ୍ଳୀର କରୋଲବାଗରେ ମେକାନିକ ମାର୍କେଟରେ ବାଇକ୍ ସର୍ଭିସିଂ ପାଇଁ ପହଞ୍ଚି ଥିଲେ । ସେଠାରେ ସେ ମେକାନିକ ମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜେ ମଧ୍ୟ ଗାଡ଼ି ସଜାଡ଼ିଥିଲେ ।
ଏହି ସମୟରେ ଜଣେ ମେକାନିକ ପଚାରିଥିଲେ ଆପଣ ବିବାହ କେବେ କରୁଛନ୍ତି ? ଏହା ଶୁଣି ଖୁବ୍ ଲାଜେଇ ଯାଇଥବଲେ ରାହୁଲ, ଆଉ ହସି ଦେଇ କହିଥିଲେ ଖୁବ୍ ଶୀଘ୍ର । ଏହାପରେ ରାହୁଲ ତାଙ୍କୁ ମଧ୍ୟ ପଚାରିଥିଲେ ତୁମେ ବିବାହ କରିଛ? ସେ କହିଥିଲେ ଏବେ ବାପା ଝଅ ଦେତ୍କବାକୁ କହିଛନ୍ତି । ଦରମା ମାସକୁ ୧୪-୧୫ ହଜାର ଏତେ କମ୍ରେ ଗର ପରିବାର ଚଳାଇବା କଷ୍ଟକର ହୋଇଯାଉଛି । ଏହି ସମୟରେ ଆଉ ଜଣେ ମେକାନିକ ପଚାରିଥିଲେ କି ଆପରଣ ପାଖେ କେଉଁ ବାଇକ୍ ଅଛି । ରାହୁଲ କହିଥିଲେ କି ମୋ ପାଖେ KTM 390 ଅଛି । କିନ୍ତୁ ଦୁଃଖ ପ୍ରକଶ କରିଥିଲେଯେ ସେ ସେହି ବାଇକ୍ ଚଳାଇ ପାରୁ ନାହାନ୍ତି କାରଣ ତାଙ୍କ ସିକ୍ୟୁରିଟି ଗାର୍ଡ଼ମାନେ ତାଙ୍କୁ ବାଇକ୍ ଚଳାଇବାକୁ ଅନୁମତି ଦେଉ ନାହାନ୍ତି।