Featuredଜାତୀୟରାଜନୀତି

ମେକାନିଙ୍କ ପଶ୍ନରେ ଲାଜେଇ ଗଲେ ରାହୁଲ ଗାନ୍ଧୀ, ବିବାହକୁ ନେଇ କହିଲେ ଏଭଳି କଥା

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: କେବେ ବିବାହ କରିବେ ରାହୁଲ ଗାନ୍ଧୀ? ବିବାହକୁ ନେଇ ପ୍ରଶ୍ନ ପଚାରିବାରୁ ଲାଜେଇ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲଗାତାର କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ରାହୁଲ ଗାନ୍ଧୀ । ଶନିବାର ତାଙ୍କୁ କୃଷକଙ୍କ ସହ ହଳ କରିବା ସହ ଧାନ ରୋପଣ କରୁଥିବା ଦେଖିବାକୁ ମିଳିଥିଲା । ଆଉ କରୋଲବାଗରେ ବାଇକ୍ ସର୍ଭିସିଂ କରୁଥିବା ସମୟରେ ସେଠାରେ ମେକାନିକ୍ ତାଙ୍କୁ ଏଭଳି ପ୍ରାଙ୍କ କରିଥିଲେ ଯେଉଁଥି ପାଇଁ ସେ ଲାଜେଇ ଯାଇଥିଲେ । ବାସ୍ତବରେ ରାହୁଲ ଗାନ୍ଧୀ ଦିଲ୍ଳୀର କରୋଲବାଗରେ ମେକାନିକ ମାର୍କେଟରେ ବାଇକ୍ ସର୍ଭିସିଂ ପାଇଁ ପହଞ୍ଚି ଥିଲେ । ସେଠାରେ ସେ ମେକାନିକ ମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜେ ମଧ୍ୟ ଗାଡ଼ି ସଜାଡ଼ିଥିଲେ ।

ଏହି ସମୟରେ ଜଣେ ମେକାନିକ ପଚାରିଥିଲେ ଆପଣ ବିବାହ କେବେ କରୁଛନ୍ତି ? ଏହା ଶୁଣି ଖୁବ୍ ଲାଜେଇ ଯାଇଥବଲେ ରାହୁଲ, ଆଉ ହସି ଦେଇ କହିଥିଲେ ଖୁବ୍ ଶୀଘ୍ର । ଏହାପରେ ରାହୁଲ ତାଙ୍କୁ ମଧ୍ୟ ପଚାରିଥିଲେ ତୁମେ ବିବାହ କରିଛ? ସେ କହିଥିଲେ ଏବେ ବାପା ଝଅ ଦେତ୍କବାକୁ କହିଛନ୍ତି । ଦରମା ମାସକୁ ୧୪-୧୫ ହଜାର ଏତେ କମ୍‌ରେ ଗର ପରିବାର ଚଳାଇବା କଷ୍ଟକର ହୋଇଯାଉଛି । ଏହି ସମୟରେ ଆଉ ଜଣେ ମେକାନିକ ପଚାରିଥିଲେ କି ଆପରଣ ପାଖେ କେଉଁ ବାଇକ୍ ଅଛି । ରାହୁଲ କହିଥିଲେ କି ମୋ ପାଖେ KTM 390 ଅଛି । କିନ୍ତୁ ଦୁଃଖ ପ୍ରକଶ କରିଥିଲେଯେ ସେ ସେହି ବାଇକ୍ ଚଳାଇ ପାରୁ ନାହାନ୍ତି କାରଣ ତାଙ୍କ ସିକ୍ୟୁରିଟି ଗାର୍ଡ଼ମାନେ ତାଙ୍କୁ ବାଇକ୍ ଚଳାଇବାକୁ ଅନୁମତି ଦେଉ ନାହାନ୍ତି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com