OSCAR ଲାଇବ୍ରେରିରେ ସ୍ଥାନ ପାଇଲା କପିଲ ଶର୍ମାଙ୍କ Zwigato
ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ସ୍ୱତନ୍ତ୍ର କଲେକ୍ସନ
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମା । ଜ୍ୱିଗାଟୋରେ ଦମଦାର ଅଭିନୟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଏଥିରେ କପିଲଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ସିନେମାଟି ଅନେକ ଦର୍ଶକଙ୍କୁ ଆକର୍ଶିତ କରିଥିବା ବେଳେ ଅନେକ ଏହାକୁ ସମାଲୋଚନା କରିଥିଲେ । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏହି ସିନେମାଟି ଅନେକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ଏହି ସିନେମାଟି ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ ଏକାଡେମୀ ବା ଓସ୍କାରରେ ସ୍ୱତନ୍ତ୍ର କଲେକ୍ସନ ଲାଇବ୍ରେରୀରେ ସ୍ଥାନ ପାଇଛି । ଜ୍ୱିଗାଟୋ ଓସ୍କାରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ମାତ୍ରେ ଫିଲ୍ମର ନିର୍ଦ୍ଦେଶକ ତଥା ସହ ଲେଖକ ନନ୍ଦିତା ଦାସ ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ ଶେଆର କରିଛନ୍ତି ।
ନନ୍ଦିତା ଲେଖିଛନ୍ତି ଯେ ମୋସନ ପିକ୍ଚର ଆଣ୍ଡ ସାଇନ ଏକାଡେମି ବା ଓସ୍କାରରୁ ଏକ ଇ-ମେଲ ଆସିବା ପରେ ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ଖୁସି ହୋଇଯାଇଥିଲି । ସେମାନେ ଜ୍ୱିଗାଟୋ ସ୍କ୍ରିପ୍ଟକୁ ସେମାନଙ୍କ ପରମାନେଣ୍ଟ କୋର କଲେକ୍ସନରେ ସ୍ଥାନ ଦେଉଛନ୍ତି । ଆମେ ଏହି ସିନେମାକୁ ପ୍ରସ୍ତୁତ କରି ଖୁସି । ମୁଁ ବିଶ୍ୱାସ କରେ ଯେ ଯେତେବେଳେ କାହାଣୀ ଗୁଡିକ ବାସ୍ତବ ଏବଂ ପ୍ରସଙ୍ଗ ସହିତ ସଂଯୁକ୍ତ ସେତେବେଳେ ସେମାନେ ସଂସ୍କୃତି ଏବଂ ସୀମା ଭାଙ୍ଗି ବିଶ୍ୱ ସିନେମାର ଏକ ଅଂଶ ହୁଅନ୍ତି । ସେହିପରି ନନ୍ଦିତା ତାଙଅକ ପୋଷ୍ଟରେ ଆହୁରି ମଧ୍ୟ ଲେକିଛନ୍ତି । ମଁ କୃତଜ୍ଞ ଯେ ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ରଙ୍କ ପାଠପଢା ଲାଇବ୍ରେରୀରେ ଅଧିକାର ପାଇଁ ଉପଲବ୍ଧ ହେବ । ମୁଁ ଭାବୁଛି ବର୍ତ୍ତମାନ ଦର୍ଶକଙ୍କୁ ଜ୍ୱିଗାଟୋ ଦେଖିବାର ସୁଯୋଗ ଦିଆଯିବା ଉଚିତ । ଏହି ସମ୍ମାନ ପାଇଁ ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀକୁ ଧନ୍ୟବାଦ । କହିବାକୁ ଗଲେ ମୁଁ (ନନ୍ଦିିତା ଦାସ) ଫିଲ୍ମ ଜ୍ୱିଗାଟୋର ନିର୍ଦ୍ଦେଶନା ଦେଇଛି । ଏବଂ ସମୀର ପାଟିଲଙ୍କ ସହ ଫିଲ୍ମ ଲେଖକ । ସିନେମାଟି ବକ୍ସ ଅଫିସରେ ଅଧିକ ରୋଜଗାର କରିପାରି ନଥିଲା । ବଡ ପରଦାରେ ଜ୍ୱିଗାଟୋ ରିଲିଜ ହେବାର ଅନେକ ମାସ ବିତିଗଲାଣି ହେଲେ ଫିଲ୍ମଟି ଓଟିଟିରେ ରିଲିଜ ହୋଇନାହିଁ । ଆଶା କରୁଛି ଓଟିଟି ପ୍ଲାଟଫର୍ମରେ ରିଲିଜ କରିବୁ ବୋଲି ।
ଯଦି ସିନେମା କଥା କହିବା ତେବେ ଏଥିରେ କପିଲ ଶର୍ମାଙ୍କ ବ୍ୟତୀତ ଶାହାନା ଗୋଶ୍ୱାମୀ, ଗୁଲ ପାନାଗ, ସାୟାନୀ ଗୁପ୍ତା ଏବଂ ସୁନନ୍ଦ କିର୍କିର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ସିନେମାଟି ଓଡିଶାର ଭୁବନେଶ୍ୱରରେ ଅଧିକାଂଶ ସୁଟିଂ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଟିକସ ମୁକ୍ତ ଘୋଷଣା କରିଥିଲେ । ଏହି ଚଳିଚ୍ଚିତ୍ରଟି ବକ୍ସ ଅଫିସରେ କରାପ ପଦର୍ଶନ କରିଥିବା ବେଳେ ମାତ୍ରା ୩ କାଟି ୫୩ ଲକ୍ଷ ଟଙ୍କା ସଂଗ୍ରହ କରିପାରିଥିଲା । ତେବେ ଏହି ଚଳଚ୍ଚିତ୍ରଟି ମାନସ ନାମକ ଜଣେ ବ୍ୟକ୍ତିଙ୍କୁ ନେଇ କରାଯାଇଥିଲା । ଯାହାର ଭୂମିକା ନିର୍ବାହ କରିଥିଲେ ହାସ୍ୟ ଅଭିନେତା କପିଲ ଶର୍ମା । ଏହି ସିନେମାଟି ଜଣେ ଜ୍ୱିଗାଟୋ ବଏର ଜାବନ ଶୈଳୀ ଉପରେ ଆଧାରିତ ।
Was most surprised to receive an email from the Library of the Academy of Motion Picture wanting the script of Zwigato for their Permanent Core Collection. Only when stories are rooted in their own contexts, they transcend cultures & become part of world cinema. Happy!! https://t.co/XtFcI3t9Wn
— Nandita Das (@nanditadas) July 11, 2023