![Anupam Kher 539 No Film](https://i0.wp.com/odia.mobilenews24x7.com/wp-content/uploads/2023/07/Anupam-Kher-539-No-Film.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡର ଭର୍ସାଟାଇଲ୍ ଆକ୍ଟର୍ ଅନୁପମ ଖେର। ସେ ତାଙ୍କର ନୂତନ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି ଓ ଏକ ପୋଷ୍ଟର୍ ଶେଆର୍ କରିଛନ୍ତି। ଯାହା ସିନେପ୍ରେମୀ ମାନଙ୍କୁ ଆକୃଷ୍ଟ କରିଛି । ଅନୁପମ ତାଙ୍କର ୫୩୯ତମ ଫିଲ୍ମର ଘୋଷଣା ଅବସରରେ ଯେଉଁ ଫଟୋ ଶେଆର କରିଛନ୍ତି ସେଥିରେ ସେ ହଳାହଳ ନାଗ ସାପ ରହିଥିବା ଏକ ସିଂହାସନରେ ବସିଛନ୍ତି । ସେ ଲେଖିଛନ୍ତି ଯେ, ଏହା କୌଣସି ପୌରାଣିକ କଥା କିମ୍ବା ମହାକାବ୍ୟ ଉପରେ ଆଧାରିତ ନୁହେଁ । କିନ୍ତୁ ଭାରତର ସବୁଠାରୁ ବଡ ମଲ୍ଟି ଲାଙ୍ଗୁଏଜ ଫାଣ୍ଟାସି କାହାଣୀ ଉପରେ ଆଧାରିତ। ଏଥର ଅନୁମାନ କରି କୁହନ୍ତୁ ଏହା କାହା ଉପରେ ପର୍ଯ୍ୟବେଶିତ। ତେବେ ୨୪ ଅଗଷ୍ଟରେ ଫିଲ୍ମ ସମ୍ପର୍କରେ ମୁଁ ଆପଣମାନଙ୍କୁ ବିସ୍ତୃତ ଭାବେ ଜଣାଇବି ବୋଲି କହିଛନ୍ତି ଅନୁପମ ଖେର।
ଅନୁପମ ଆହୁରି କହିଛନ୍ତି ଯେ ଏହାର ନିର୍ମାତା, ଅଭିନେତା, ଅଭିନେତ୍ରୀ ଓ କାହାଣୀ ସମ୍ପର୍କରେ ସବୁ କିଛି ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ। ତେବେ ଏହି ଫଟୋକୁ ନେଇ ଫ୍ୟାନ୍ସ ଓ ୟୁଜର୍ସ ମତ ଦେବା ଆରମ୍ଭ କରିଛନ୍ତି । ଶକ୍ତିମାନ, ଚନ୍ଦ୍ରକାନ୍ତା, ନାଗରାଜ ଓ ନାଗିନ ଭଳି କାହାଣୀ ଉପରେ ଏହା ଆଧାରିତ ବୋଲି ଅନେକ ମତ ଦେଇଛନ୍ତି । ସେପଟେ ଅନୁପମ ମତାମତଗୁଡ଼ିକୁ ପସନ୍ଦ କରିଥିଲେ ମଧ୍ୟ ଏହା ସତ ନୁହେଁ ବୋଲି କହିଛନ୍ତି । ସେ ଯାହା ହେଉ, ଫଟୋଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।