Breaking NewsFeaturedଓଡ଼ିଶା

’ଗୋଲଡେନ ବାବା’ର BMW କାର୍‌ ଜବତ କଲା ED

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାକୁ ନେଇ ଏବେ ପୁଣି ଚର୍ଚ୍ଚା। ଜ୍ୟୋତିରଞ୍ଜନର ଏକ ଦାମୀ ବିଏମଡବ୍ଲ୍ୟୁ କାରକୁ ଜବତ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲର ପାର୍କିଂରୁ ଏହି ଗାଡ଼ିକୁ ଠାବ କରିଥିଲା। ସୂଚନାଯୋଗ୍ୟ ଯେ ବିନା ନମ୍ବର ପ୍ଲେଟରେ ଗାଡ଼ିଟିକୁ ଜବତ କରାଯାଇଛି।

ଜବତ ବିଏମବ୍ଲ୍ୟୁ କାରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଇଡି ଆକଳନ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ୨୦୦୨ (ପିଏମ୍ଏଲ୍ଏ) ଅନୁଯାୟୀ ଏହି କାର୍‌ ଜବତ କରାଯାଇଛି। ତେବେ ଗୋଲଡେନ୍ ବାବାଠୁ ଜବତ ହୋଇଥିବା ଏହା ପ୍ରଥମ ଦାମୀ କାର ନୁହେଁ। ଏହା ପୂର୍ବରୁ ୨୦୨୩ ଏପ୍ରିଲ ୨୭ରେ ଭୁବନେଶ୍ୱର ସିଆରପିଏଫ୍ ଅଞ୍ଚଳରୁ ଏକ ଅଡି କାରକୁ ଜବତ କରିଥିଲା ଇଡି। ଜ୍ୟାତିରଞ୍ଜନ ବେଉରା ୫୧ ଲକ୍ଷ ଟଙ୍କାରେ କିଣିଥିବା ଏହି ସେକେଣ୍ଡ ହ୍ୟାଣ୍ଡ ଅଡି କାରର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com