Breaking NewsFeaturedଜାତୀୟବାଣିଜ୍ୟ

ଲଞ୍ଚ୍ ହେବ ଏହି ସୁନ୍ଦର କାର୍, ଜାଣନ୍ତୁ ଲିଷ୍ଟରେ ରହିଛି କେଉଁ ସବୁ ମଡେଲ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବଜାରରେ ପୂର୍ବ ୬ମାସ ଭଳି ଆଗାମୀ ୬ମ ମାସ ମଧ୍ୟରେ ଅଟୋମୋବାଇଲ୍ କମ୍ପାନୀ ଗୁଡ଼ିକ ନିଜର ଗାଡ଼ି ଗୁଡ଼ିକ ଲଞ୍ଚ କରିବାକୁ ପ୍ରସ୍ତୁତି ଚଲାଉଛନ୍ତି । ଆସନ୍ତୁ ଆମେ ସେହି ସମସ୍ତ ଗାଡ଼ି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ।

ଏହି ଲିଷ୍ଟର ପ୍ରଥମରେ ରହିଛି ଜାପାନୀ ଅଟୋମୋବାଇଲ୍ କମ୍ପାନୀ ହୋଣ୍ଡା । ହୋଣ୍ଡା ନିକଟରେ ଏସ୍‌ୟୁଭି ଏଲିବେଟ୍ ଉପରୁ ପରଦା ହଟାଇଛି । କମ୍ପାନୀ ଏହି କାରକୁ ସେପ୍ଟେମ୍ବରରେ ଲଞ୍ଚ କରିପାରେ । ତେବେ ଗ୍ରାହାକ ଏହି ମଡେଲକୁ ୫୦୦୦ ଟଙ୍କାରେ ବୁକ୍ କରିପାରିବେ ।

ଦ୍ୱିତୀୟ କାର୍ ସିଟ୍ରୋଏନ୍ ସି୩ ଏୟର୍‌କ୍ରାସ୍ ଏସ୍‌ୟୁଭି, ଯାହାକୁ ୫-୭ ସିଟ୍ ସହିତ ପ୍ରଦାନ କରାଯିବ । କମ୍ପାନୀ ଏହି କାରକୁ ଅତ୍ୟାଧୁନିକ ବୈଶଷ୍ଟ୍ୟ ସହ ଉପସ୍ଥାପନ କରିବ ।

ନମ୍ବର ୩ରେ ଅଛି BYD ସିଲ୍ ଅଛି, ଯାହା ଏକ ଚାଇନାର କମ୍ପାନୀ ଅଟେ । ଏହି ଇଲେକ୍ଟ୍ରିକ୍ କାର୍ ଜାନୁଆରୀ ୨୦୨୩ ରେ ଦେଶର ଅଟୋ ଏକ୍ସପୋରେ ପରିଚିତ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଏହି ଯାନର ଶୁଭାରମ୍ଭ କରିବା ନେଇ ଘୋଷଣା କରିସାରିଛି।

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି କୋରିଆର ଅଟୋମୋବାଇଲ୍ କମ୍ପାନୀର କାର୍ ହୁଣ୍ଡାଇ i20 ଫସକିଫ୍ଟ । କମ୍ପାନୀ ନିକଟରେ ଏହି କାରକୁ ସର୍ବଭାରତୀୟ ସ୍ତରରେ ଲଞ୍ଚ କରିଛି। କିଛି ଅତ୍ୟାଧୁନିକ ପରିବର୍ତ୍ତନ ସହିତ କାର ଚଳିତ ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିପାରେ ।

ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା ପଞ୍ଚମ କାର ହେଉଛି ନିସାନ ଏକ୍ସ-ଟ୍ରେଲ। ନିସାନ ହେଉଛି ଜାପାନର ଏକ ଅଟୋମୋବାଇଲ କମ୍ପାନୀ, ଯାହାକି ୨୦୨୨ ମସିହାରେ ନିଜ କାରକୁ ପ୍ରକାଶ କରିବା ସହିତ ପରୀକ୍ଷଣ ସମୟରେ ଏହା ଅନେକ ଥର ନଜର ଆସିଛି। ଏହା ମଧ୍ୟ ୫-୭ ସିଟ୍ ବ୍ୟବସ୍ଥା ସହିତ ଉପସ୍ଥାପନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com