ଓଡ଼ିଶା

ବାହାଘରରେ ବାଧକ ହେଲା ତେଲ ଦର, ରାଜଧାନୀରେ ଦେଖିବାକୁ ମିଳିଲା ନିଆରା ବିବାହ, ସାଇକେଲରେ ବାହା ହେବାକୁ ଗଲା ବର

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ସାଇକେଲରେ ବର । ପୁଣି ପୁରା ବର ବେଶରେ ସଜବାଜ ହୋଇ । ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ନା ତା ସହ ମଜା ବି ଲାଗୁଥିବ । କଣ ଏ ସବୁ ଚାଲିଛି ଆପଣ ଭାବି ଭାବି ଚିନ୍ତାରେ ପଡି ଯାଇଥିବେ । ଆଉ ଚିନ୍ତା କରନ୍ତୁ ନି ଏ ହେଉଛି ତୈଳ ଦର ବୃଦ୍ଧିର ପ୍ରଭାବ । ସମସ୍ତଙ୍କ ଆଶା ଥାଏ ଗୋଟିଏ ଭଲ ଗାଡିରେ ବର ହୋଇଛି ଧୁମଧାମରେ ବିବାହ କରିବାକୁ । କିନ୍ତୁ ବର୍ତ୍ତମାନ ତୈଳ ଦର ବୃଦ୍ଧି ସବୁ ଆଶାକୁ ତଳେ ପକାଇଛି । ବର ଯେ କାରରେ ସବାର ହୋଇ ପାରି ନଥାନ୍ତେ ତାହା ନୁହେଁ କିନ୍ତୁ ତୈଳ ଦର ବୃଦ୍ଧିକୁ ସେ ଏକ ନିଆରା ଢଙ୍ଗରେ ବିରୋଧ କରିଥିଲେ । ଏଥି ନେଇ ତାଙ୍କୁ କନ୍ୟା ଘରର ସହମତି ମଧ୍ୟ ନେବାକୁ ପଡିଥିଲା । ବର ସାଇକେଲରେ ଆଉ ବରଯାତ୍ରୀ ଚାଲି ଚାଲି ଯାଇଥିଲେ । ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ବର ୟୁନିଟ୍-୩ ଅଞ୍ଚଳର । ୟୁନିଟ୍-୩ ଅଞ୍ଚଳର ସିପ୍ରାଙ୍କ ସହ ଶୁଭ୍ରାଂଶୁ ସାମଲଙ୍କ ଏହି ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବରଯାତ୍ରୀ ବିଭିନ୍ନ ଅଞ୍ଚଳରୁ ଆସି ରବି ଟକିଜ୍ ନିକଟରେ ପହଞ୍ଚିବା ପରେ ପୁରୀ ରୋଡ୍ ସ୍ଥିତ ବିବାହ ମଣ୍ଡପକୁ ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com