ଓଡ଼ିଶା

ଆଜିଠାରୁ ଭିତରକନିକା ରେଞ୍ଜରେ କୁମ୍ଭୀର ଗଣନା ଆରମ୍ଭ

ଭିତରକନିକା ରେଞ୍ଜରେ କୁମ୍ଭୀର ଗଣନା ବୁଧବାର ଠାରୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡାରେ ଗଣନା କାର୍ଯ୍ୟ ହେଉଥିବାରୁ ଏଥିରେ ୨୨ଟି ଦଳ ସାମିଲ ହୋଇଛନ୍ତି। ଆଗାମି ୩ ଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ ଚାଲିବ।

ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଜାରି ରହିଛି। ବୁଧବାର ସକାଳୁ ବଣାଇ ଫରେଷ୍ଟ ଡିଭିଜନରେ ୭ଟି ରେଞ୍ଜର ୩୧ଟି ସ୍ଥାନରେ ପକ୍ଷୀ ଗଣନା କରାଯାଉଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅସ୍ତରଙ୍ଗରେ ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com