Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

‘ମାଟିରେ ମିଶିଯିବ ତୁମର କ୍ୟାରିଅର୍‌’ … ସୈଫଙ୍କୁ ବିବାହ ପୂର୍ବରୁ କରୀନାଙ୍କୁ ମିଳିଥିଲା ଚେତାବନୀ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବଲିଉଡ଼ର ବେବୋ କରିନା କପୁର । ଗୋଟିଏ ସମୟରେ ବଲିଉଡ଼ରେ ଧମାଲ୍ କରୁଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ । ନ୍ଖକ୍ସ ଅଭିନୟ ପାଇଁ ଯେପରି ପ୍ୟାନ୍ସଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି ସେହିପରି ନିଜ ଲୁକ୍ସ ମାଧ୍ୟମରେ ଅନେକକଙ୍କ ହୋସ୍ ମଧ୍ୟ ଉଡ଼ାଇଛନ୍ତି । ଏଥି ସହିତ ସେ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଛନ୍ତିୁି ଏବଂ ବର୍ତ୍ତମାନ ଉଭୟ ୨ଟି ପୁତ୍ରର ମାତାପିତା ଅଟନ୍ତି । ନିଜ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କରିନା ମନ ଭିତରେ କୌଣସି କଥାକୁ ଚାପି ରଖି ପାରନ୍ତି ନାହିଁ । ଯାହା ମନକୁ ଆସେ ସଙ୍ଗେ ସଙ୍ଗେ କହି ଦିଅନ୍ତି । କେବଳ ନିଜ କଥା ନୁହେଁ ସ୍ୱାମୀ ସୈଫ ଅଲ୍ଲୀ ଖାନ୍‌ଙ୍କ ସହ ଜଡ଼ିତ କଥା ମଧ୍ୟ ସେ ଫ୍ୟାନ୍ସଙ୍କ ଆଗରେ ସେୟାର କରିବାକୁ ପଛାନ୍ତି ନାହିଁ ।

Kareena hot

ନିକଟରେ କରୀନା ତାଙ୍କ ବିବାହ ଏବଂ କ୍ୟାରିଅର୍‌କୁ ନେଇ କିଛି କଥାର ଖୁଲାସା କରିଛନ୍ତି । ଏମିତିରେ କରିନା ନିଜଠାରୁ ୧୦ ବର୍ଷ ବଡ଼ ସୈଫଙ୍କ ସହ ବିବାହ କରିବା ପରେ ଅନେକ ସମୟରେ ଶୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନର ଏକ ଅଜଣା କଥା କହିବାକୁ ଯାଉଛୁ । କେବଳ କରିନା ଓ ସୈଫଙ୍କ ମଧ୍ୟରେ ୧୦ ବର୍ଷ ବୟସର ଯେ ଅନ୍ତର ରହିଥିଲା ତାହା ନୁହେଁ କରିନାଙ୍କୁ ବିବାହ କରିବା ପୂର୍ବରୁ ସୈଫ ଜଣେ ଛାଡ଼ପତ୍ର ଦେଇଥିବା ଏବଂ ୨ଟି ସନ୍ତାନର ପିତା ମଧ୍ୟ ଥିଲେ । ଏଥି ସହିତ ଦୁହିଁଙ୍କ ଧର୍ମ ମଧ୍ୟ ଅଲଗା ଥିଲା । ଆଉ ଏହି ସମୟରେ କରିନା ଯେତେବେଳେ ସୈଫଙ୍କୁ ବିବାହ କରିବାକୁ ଘୋଷଣା କରିଥିଲେ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଝଟ୍‌କା ଲାଗିଥିଲା । ଏଥି ସହିତ ଏହି ଘଟଣାକୁ ନେଇ ତାଙ୍କ ପରିବାରରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥିଲା । ଏହି ସମୟରେ ତାଙ୍କର ଅନେକ ବନ୍ଧୁ ତଥା ନିଜର ଲୋକମାନେ ତାଙ୍କୁ ଏହି ବିବାହ ନକରିବାକୁ କହିଥିଲେ । ଯାହାର ଖୁଲାସା ନିଜେ କରିନା ଏକ ସାକ୍ଷାତ୍‌କାର୍‌ରେ କରିଛନ୍ତି ।

Kareena and Saif With Kids

ତାଙ୍କ କହିବା ଅନୁସାରେ ତାଙ୍କ ନିକଟତମ ଲୋକମାନେ ଏକଥା ବି କହିଲେ ଯଦି ତୁମେ ଦୁଇ ସନ୍ତାନ ଥିବା ପିତାଙ୍କୁ ବିବାହ କରୁଛ ତେବେ ଏହା ତୁମ ପାଇଁ ମଙ୍ଗଳ ନୁହେଁ ଯାହା ତୁମର କ୍ୟାରିଅର୍‌କୁ ମାଟିରେ ମିଶାଇ ଦେବ । କିନ୍ତୁ କୁହାଯାଏ ଯେ ପ୍ରେମ ଅନ୍ଧ ହୋଇଥାଏ । ଏହି ଦୁଇ ପ୍ରେମପକ୍ଷୀ କାହା କଥା ନଶୁଣି ଶେଷରେ ୨୦୧୨ରେ ବିବାହ କରିଥବଲେ । ବିବାହର ଅନେକ ବର୍ଷ ପ୩ରେ ବି ଏମାନେ ଖୁବ୍ ଖୁସୀ ଅଛନ୍ତି । କୁହାଯାଏ କି କରିନା ଏବଂ ସୈଫଙ୍କ ମଧ୍ୟରେ ପ୍ରେମ ୨୦୦୮ର ଚଳିତ୍ର “ଟସନ୍‌” ରୁ ଆରମ୍ଭ ହୋଇଥିଲା । ୪ ବର୍ଷ ସାଙ୍ଗ ହୋଇ ରହିବା ପରେ ଏମାନେ ବିବାହ କରିଥିଲେ । କ୍ୟାରିଅର୍ କଥା କହିବାକୁ ଗଲେ ଶେଷ ଥର ପାଇଁ କରିନା ଅମୀର ଖାନ୍‌ଙ୍କ ଫିଲ୍ମ “ଲାଲ୍ ସିଂହ ଚଡ୍ଡା” ରେ ନଜର ଆସିଥିଲେ । ଅନ୍ୟପଟେ ସୈଫ ଅଲ୍ଲୀ ଖାନ୍ ପ୍ରଭାସ ଏବଂ କୃତୀ ସାନନ୍‌ଙ୍କ ସହ ଫିଲ୍ମ “ଆଦି ପୁରୁଷ”ରେ ନଜର ଆସିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com