Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ା

ନୋଭାକ ଜୋକୋଭିଚଙ୍କୁ ପରାସ୍ତ କଲେ କାର୍ଲୋସ ଆଲକାରଜର

1-6 7-6 6-1 3-6 6-4 ସେଟ୍‌ରେ ଡାଉନ୍‌ ହେଲେ ଜୋକୋଭିଚ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୱିମ୍ବେଲଡନ ଟେନିସ ଫାଇନାଲରେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ପରାସ୍ତ କରି ସ୍ପେନର କାର୍ଲୋସ ଆଲକାରଜର ବାଜି ମାରି ନେଇଛନ୍ତି। ଏଥିସହ ସେ ପ୍ରମାଣିତ କରିଛନ୍ତି ଯେ ଫିଟନେସ୍‌ ଓ କୌଶଳ ଆଗରେ ଅଭିଜ୍ଞତା ବି ହାରିପାରେ! ଜୋକୋଭିଚଙ୍କ ସମତେ ସାରା ଷ୍ଟାଡିଅମ ତାଙ୍କ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଳେ । ଏପରିକି ପରାଜୟକୁ ଜୋକୋଭିଚ ସହ୍ୟ କରିନପାରିବା ଫଳରେ ତାଙ୍କ ଆଖିରୁ ଲୁହ ଝରିଥିଲା । ଅପରପକ୍ଷରେ ଟେନିସପ୍ରେମୀ ସ୍ପେନ ସେନସେଶନକୁ ସ୍ୱାଗତ କରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ପରାସ୍ତ କରିଦେବା ନିଶ୍ଚୟ ବିସ୍ମୟଜନକ।

ତୃତୀୟ ସର୍ବକନିଷ୍ଠ ଏବଂ ସ୍ପେନର ତୃତୀୟ ଖେଳାଳି ଭାବେ ଆଲକାରାଜ ୱିମ୍ବେଲଡନ ଜିତିଛନ୍ତି । ବୋରିସ ବେକର ୧୭ ବର୍ଷ ୭ ମାସରେ, ଜର୍ଣ୍ଣ ବର୍ଗ(୨୦ ବର୍ଷ ୨୭ ଦିନ) ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ଆଲକାରାଜଙ୍କ ଏହା ପ୍ରଥମ ୱିମ୍ବେଲଡନ ଟାଇଟଲ । ପ୍ରଥମ ସେଟକୁ ହାତଛଡା କରିବା ପରେ ସେ ଦ୍ୱିତୀୟ ସେଟ ଜିତି ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧-୬, ୭-୬, ୬-୧, ୩-୬ ଓ ୬-୪ ସେଟରେ ସେ ଜିତିଥିଲେ । ଗତ ବର୍ଷ ୟୁଏସ ଓପନ ଜିତି ସେ ନୂତନ ଜେନେରେଶନର ଷ୍ଟାର ହେବାର ସଙ୍କେତ ଦେଇ ସାରିଥିଲେ । ରୋଜର ଫେଡରର ଅବସର ନେବା ପରେ ରାଫେଲ ନାଡାଲ ଅଧିକାଂଶ ମ୍ୟାଚରୁ ଦୂରେଇ ରହୁଛନ୍ତି ।

Reaction after Carlos Alcaraz defeats Novak Djokovic in final

ସବୁ କିଛି ଜୋକୋଭିଚଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଥିଲା । ଆଉ ଜେନେରେଶନ ଲଢ଼େଇରେ ବାଜି ମାରିଥିଲେ ସ୍ପେନ ବୁଲ । ୟୁଏସ ଓପନ ଓ ୱିମ୍ବେଲଡନ ଟାଇଟଲ ବ୍ୟତୀତ ସେ ଫ୍ରେଂଚ ଓପନର ସେମିଫାଇନାଲ ଓ ଅଷ୍ଟ୍ରେଲିଆନ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରି ସାରିଛନ୍ତି । ୨୦୨୦ ପରଠାରୁ ସେ ବଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରି ୨୪ରେ ବିଜୟ ହୋଇଥିବା ବେଳେ ୭ରେ ପରାଜିତ ହୋଇଛନ୍ତି । ବର୍ତମାନ ତାଙ୍କ ବିଜୟ ପ୍ରତିଶତ ୭୭ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com