Breaking NewsFeaturedରାଜନୀତି

୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିବେ ଦବଙ୍ଗ ଲେଡି ବସୁନ୍ଧରା ରାଜେ !

ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ । ୩ ରାଜ୍ୟରେ ବିପୁଳ ଜନମତ ହାସଲ କରିଥିବା ବିଜେପି ଏବେ ସିଏମ ପଦକୁ ନେଇ ଚଳାଇଛି ପୋଷ୍ଟମର୍ଟମ । ଏହାରି ଭିତରେ ରାଜସ୍ଥାନର ରାଜନୈତିକ ପାଣିପାଗ ଟିକେ ଅଲଗା ରହିଛି । ଏବେ ବି ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ତେବେ ରେସରେ ବାବା ବାଲକନାଥ, ଦିୟା କୁମାରୀଙ୍କ ଭଳି କିଛି ନୂଆ ଚେହେରା ଥିବା ବେଳେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନା ମଧ୍ୟ ରହିଛି । ପୂର୍ବରୁ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଛନ୍ତି ବସୁନ୍ଧରା । କିନ୍ତୁ ଏସବୁ ଭିତରେ ଏବେ ଏହି ଦବଙ୍ଗ ଲେଡିଙ୍କୁ ନେଇ ଟିକେ ଭିନ୍ନ ଚର୍ଚ୍ଚା ହେଉଛି । ଏଇଥିପାଇଁ କି ଯଦି ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରେ , ତେବେ କଣ କରିବେ ବସୁନ୍ଧରା । କାରଣ ଦୀର୍ଘ ଦିନ ଧରି ପୂର୍ବରୁ କୋଣଠେସା ହୋଇଥିବା ବସୁନ୍ଧରାଙ୍କୁ ଯଦିଓ ନିର୍ବାଚନ ପୂର୍ବରୁ ମନେଇଥିଲା ବିଜେପି, କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ନଦେଲେ ପୁଣି ଥରେ ପ୍ରକାଶ ପାଇବ ଅସନ୍ତୁଷ୍ଟ । ସେଥିପାଇଁ ହୁଏତ ଏହି ଦବଙ୍ଗ ଲେଡି ପଦ୍ମ ଗାଡିଆ ଛାଡି ହାତ ଧରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ଏପରିକି ଆଗକୁ ଲୋକସଭା ନିର୍ବାଚନ ଥିବାରୁ ନିଜର ପତିଆରା ବୃଦ୍ଧି ପାଇଁ କଂଗ୍ରେସ ଶିବିରକୁ ଡେଇଁ ପାରନ୍ତି ବସୁନ୍ଧରା । ତେବେ ଏଭଳି ଚର୍ଚ୍ଚା ପଛରେ କାରଣ କଣ ଆସନ୍ତୁ ଜାଣିବା ।

ବୋଧ ହୁଏ ଖାସ ଏଥିପାଇଁ ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କୁ ମିଳିଥିଲା ଆଭାସ । ଏନେଇ ସେ କଂଗ୍ରେସର ହେଭିୱେଟଙ୍କୁ ସାକ୍ଷାତ କରିଥିଲେ । ଏମିତିକି ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ କରିଥିଲେ ସାକ୍ଷାତ । ଏମାନଙ୍କ ମଧ୍ୟରେ ଗୁପ୍ତ ବୈଠକ ବସିଥିବା ବି କୁହାଯାଉଛି । ସେହିପରି ନିର୍ବାଚନ ମାହୋଲ ଯେବେ ସରଗରମ ରହିଥିଲା, ସେବେ ଜୟପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଭେଟିଥିଲେ ବସୁନ୍ଧରା । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଅନ୍ୟପଟେ ଉଦୟପୁର ଏୟାରପୋର୍ଟ ଲାଉଞ୍ଜରେ ସାମ୍ନାସାମ୍ନି ହୋଇ କଥା ହୋଇଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗେଇ ଓ ବସୁନ୍ଧରା । ତେବେ ଏହା ସୌଜନମୂଳକ କହି ଆଡେଇ ଦେଇଥିଲେ ଭଉୟ ନେତା । ତେଣୁ ଏସବୁକୁ ଦୃଷ୍ଟି ଦେଲେ ବସୁନ୍ଧରା ରାଜେ ସିନ୍ଧିଆ ନିଜର ପାରିବାପଣ ଜାହିର କରିବା ପାଇଁ ବିଜେପି ଛାଡି କଂଗ୍ରେସରେ ଯୋଗଦେଇ ପାରନ୍ତି । ଏପରିକି ୨୪-ଲୋକସଭା ନିର୍ବାଚନ କଂଗ୍ରେସରୁ ଲଢିପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com