Featuredଭାଇରାଲ୍ ଭିଡିଓ

ମଝି ଆକାଶରେ ପିଟାପିଟି ହେଲେ ଦୁଇ ଯାତ୍ରୀ, ସୋସିଆଲ ମିଡିଆରେ ଭାଇରଲ ଭିଡିଓ

ଭୁବନେଶ୍ୱର: ବସ୍ ଏବଂ ଟ୍ରେନ୍ ସିଟ୍ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅନେକ ଗଣ୍ଡଗୋଳ ଏବଂ ଝଗଡା ହେବା ଆପଣ ଦେଖିଥିବେ, ଶୁଣିଥିବେ ଏବଂ ପଢ଼ିଥିବେ ମଧ୍ୟ । କିନ୍ତୁ କେବେ ଶୁଣିଛନ୍ତି ବିମାନରେ ଯାତ୍ରୀମାନେ ମାରପିଟ ହେବାର ? ବ୍ୟାଙ୍କକରୁ କୋଲକାତା ଅଭିମୁଖେ ଯାଉଥିବା ବିମାନରେ ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଥାଇ ସ୍ମାଇଲ୍ ଏୟାରୱେଜ୍ ବିମାନରେ ଥିବା ଦୁଇଜଣ ଯାତ୍ରୀ ପରସ୍ପର ସହ ଯୁକ୍ତିତର୍କ କରୁଛନ୍ତି ଏବଂ ପରେ ମାରପିଟ ହେଉଛନ୍ତି। ଶେଷରେ ବିମାନ କର୍ମଚାରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି । ବିମାନରେ ଥିବା ଜଣେ ଯାତ୍ରୀ ଏହି ଘଟଣାକୁ ତାଙ୍କ ଫୋନରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି।

ବିମାନରେ ଥିବା ଯାତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଡିସେମ୍ବର ୨୬ ରେ ଏହି ଘଟଣା ଘଟିଥିଲା। ସେ ତାଙ୍କ ମାଆଙ୍କ ସହ କୋଲକାତା ଯାଉଥିଲେ। ସେ ଲେଖିଛନ୍ତି ଯେ ଯେଉଁଠାରେ ସଂଘର୍ଷ ଘଟିଥିଲା ​​ସେହି ସିଟ୍ ନିକଟରେ ବସିଥିବା ତାଙ୍କ ମାଆଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତିତ ଥିଲେ। ପରେ ଅନ୍ୟ ଯାତ୍ରୀ ଏବଂ ଏୟାର ହୋଷ୍ଟେସ୍ ଏହି ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କୁ ଶାନ୍ତ କରିଥିଲେ। ମଙ୍ଗଳବାର ସକାଳେ ବିମାନଟି କୋଲକାତାରେ ପହଞ୍ଚିଥିଲା। କିନ୍ତୁ ଅବତରଣ ପରେ ଏହି ସଂଘର୍ଷରେ ସମ୍ପୃକ୍ତ ଯାତ୍ରୀଙ୍କ ଅସଦାଚରଣ ସମ୍ପର୍କରେ କୋଲକାତାର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି କି ନାହିଁ ତାହା ସ୍ଥିର ଜଣାନାହିଁ।

 

Related Articles

Back to top button
WP Twitter Auto Publish Powered By : XYZScripts.com