Breaking NewsFeaturedଓଡ଼ିଶାରାଜନୀତି

ଗର୍ଜିଲା AAP, ଠପ୍‌ ହୋଇଗଲା ବୀରମହାରାଜପୁର, ୧୨ ଘଣ୍ଟା ପାଇଁ ବନ୍ଦ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ସଜବାଜ। ସବୁ ଦଳ ନିଜର ପାରିବାପଣିଆ ପ୍ରଦର୍ଶନ କରୁଛନ୍ତି। ଏହିକ୍ରମରେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମ୍‌ ଆଦମି ପାର୍ଟି। ପାର୍ଟି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ କରାଯାଇଛି। ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ବୁଧବାର ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ ଆରମ୍ଭ କରିଦେଇଥିଲେ।

ଦୋକାନ, ବଜାର, ଯାନ ବାହନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକମାନଙ୍କରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com