Breaking NewsFeaturedରାଜନୀତି

ଇଡି ଭୟରେ ଏନସିପି ଛାଡୁଛନ୍ତି ବିଧାୟକ

ମହାରାଷ୍ଟ୍ର ରାଜନୀତିର ମହାନାଟକରେ ଦିନକୁ ଦିନ ଦେଖିବାକୁ ମିଳୁଛି ନୂଆ ଅଧ୍ୟାୟ । ନିକଟରେ ଶରଦ ପାୱାର-ନରେନ୍ଦ୍ର ମୋଦିଙ୍କ ଭେଟଘାଟ ହୋଇଥିଲା । ଚର୍ଚ୍ଚା ହେଉଥିଲା ଯେ ଏନଡିଏ ସହ ହାତ ମିଳାଇ ପାରନ୍ତି ଶରଦ । କାରଣ ଏହା ପୂର୍ବରୁ କାକା ପୁତୁରା ପୁଣେର ଜଣେ ବ୍ୟବସାୟୀଙ୍କ ଘରେ ଗୁପ୍ତ ବୈଠକ କରିଥିଲେ । ଅର୍ଥାତ କାକାଙ୍କୁ ମନେଇ ଅଜିତ ଏନଡିଏକୁ ନେବେ କିମ୍ବା ଶରଦ ନିଜ ପୁତୁରାହଅକୁ ମନେଇ ଏମସିପିକୁ ଫେରେଇ ଆଣିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏସବୁକୁ ଖଣ୍ଡନ କରିଥିଲେ ଶରଦ ପାୱାର । ସେ କହିଥିଲେ ଯେ ଆମେ ଗୋଟିଏ ପରିବାରର ସଦସ୍ୟ ।

ଆମେ ଯଦି ଭେଟ ହେଲୁ ଏଥିରେ ଅସୁବିଧା କେଉଁଠି ରହିଲା । ହେଲେ ଶରଦ ମୋଦିଙ୍କୁ ଭେଟ କରିବା ପରେ ବଦଳି ଯାଇଥିଲା ରାଜନୈ÷ତିକ ପାଣିପାଗ । କୁହାଯାଉଥିଲା ଯେ ଶରଦ ପାୱାର ଏନସିପି ଛାଡି ଏନଡିଏରେ ସାମିଲ ହୋଇପାରନ୍ତି । ତେବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ବିଜେପିର ପୋଲ ଖୋଲି ଦେଇଛନ୍ତି ଏନସିପି ମୁଖିଆ ଶରଦ ପାୱାର । ଯାହା ସ୍ପଷ୍ଟ ଜଣାପଡୁଛି ଯେ ଶରଦ ଏନସିପି ଛାଡି ଆଉ କୁଆଡେ ବି ଯିବେନି । ରବିବାର ସୋସିଆଲ ମିଡିଆରେ ଦଳ ପକ୍ଷରୁ ଆୟୋଜିତ ଏକ ସଭାରେ ଏନସିପି କର୍ମୀଙ୍କୁ ସମ୍ବୋଧିତ କରି ଶରଦ ପାୱାର ଏନଡିଏ ସରକାର ଉପରେ ବର୍ଷିଛନ୍ତି । ପୁତୁରା ଅଜିତ ପାୱାରଙ୍କ ନାମ ନନେଇ ଶରଦ କହିଛନ୍ତି ଯେ ନିକଟରେ ତାଙ୍କ ଦଳର କିଛି ଲୋକ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଛନ୍ତି ।

ସେମାନେ ବିକାଶ ପାଇଁ ସରକାରରେ ଯୋଗ ଦେୁଛନ୍ତି ବୋଲି କହୁଥିଲେ, କିନ୍ତୁ ତାହା ସତ ନୁହେଁ । କାରଣ ଯେଉଁମାନେ ଦଳ ଛାଡି ଏନଡିଏରେ ମିଶୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଇଡି ସ୍କାନରରେ ଥିଲେ ଏବଂ ତଦନ୍ତର ସମ୍ମୁଖୀନ ହେବାକୁ ଚାହୁଁନଥିଲେ । ଯେଉଁଥି ପାଇଁ ସେମାନେ ଏନଡିଏରେ ମିଶିଛନ୍ତି । ସେହିପରି ସେ କହିଛନ୍ତି ଅନୀଲ ଦେଶମୁଖଙ୍କ ବଳି କିଛି ଲୋକ ତଦନ୍ତର ସମ୍ମୁଖୀନ ହୋଇ ଜେଲ ଯିବାକୁ ବି ପଛେଇ ନାହାନ୍ତି । ଏମିତିକି ସେ ୧୪ ମାସ ଜେଲରେ ରହିଛନ୍ତି । ହେଲେ ତଦନ୍ତରୁ ବର୍ତ୍ତିବା ପାଇଁ ଅନୀଲଙ୍କୁ ବିଜେପିରେ ଯୋଗ ଦେବାପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ନିଜର ଆଦର୍ଶ ଛାଡିନଥିଲେ । ଏବଂ ଏନସିପି ନ ଛାଡିବା ନିଷ୍ପତ୍ତିରେ ଅଟଳ ରହିଥିଲେ । କାରଣ ସେ କୌଣସି ଅପରାଧ କରିନଥିଲେ । ଏଣୁ ସେ ଆଇନର ସାମ୍ନା କରୁଛନ୍ତି ।

ନିକଟରେ ପୁତିରା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ଏକନାଥ ସିନେ୍ଦଙ୍କ ସରକାରରେ ମିସିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭାର ସମ୍ଭାଳୁଛନ୍ତି । ପୁତୁରା ଅଜିତ କାକା ଶରଦ ପାୱାାଙ୍କ ହାତ ଛାଡି ଏନଡିଏରେ ମିସିବା ପରେ ଗୋଟେ ପ୍ରକାରର କମଜୋର ହୋଇଯାଇଛି ଏନସିପି । ତେବେ ଦେଖା ଯାଉ ଆଗକୁ ମହାରଷ୍ଟ୍ର ରାଜନୀତିର ଏହି ମହା ନାଟକ କେଉଁ ମୋଡ ନେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com