Breaking NewsFeaturedରାଜନୀତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ହୀରା ଖଚିତ ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୀରା ଖଚିତ ଫଟୋ ଚିତ୍ର । ଯେଉଁଥିରେ ବ୍ୟବହାର ହୋଇଛି ୭ ହଜାର ୨୦୦ ଡାଇମଣ୍ଡ । ଯାହାର ଦାମ କେତେ ସ୍ପଷ୍ଟ ହୋଇନଥିବା ବେଳେ ଆକାଶ ଛୁଆଁ ହେବ ବୋଲି ଅନୁମାନ କରାଯାଉଛି । ଆଗକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ୭୩ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଜନ୍ମ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ହେବା ପାଇଁ ଗୁଜରାଟ ସୁରଟର ଜଣେ ଇଂଜିନିୟର ଏହି ହୀରା ଖଚିତ ଫଟୋ ଚିତ୍ରଟି ତିଆରି କରିଛନ୍ତି ।

ଗୁଜରାଟ ସୁରତର ଏହି କଳାକାର ଜଣକ ହେଉଛନ୍ତି ଆର୍କିଟେକ ଏବଂ ଇଂଜିନିୟର ବିପୁଲ ଜେପିୱାଲା । ସେ କେବଳ ଜଣେ ଆର୍କିଟେକ ନୁହଂନ୍ତି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଦୃଢ ପ୍ରଶଂସକ ମଧ୍ୟ । ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦି ୭୨ ବର୍ଷ ପୂରଣ କରି ୭୩ ତମ ଜନ୍ମ ଦିବସ ପାଳନ କରିବେ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେବା ପାଇଁ ବିପୁଲ ମନସ୍ଥ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ୭୨ ବର୍ଷ ପୂରଣ କରୁଥିବାରୁ ସେ ୭ ହଜାର ୨୦୦ ହୀରାରେ ସେ ଏକ ଫଟୋ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କର ଏହି ବିରଳ ଫଟୋଚିତ୍ରକୁ ପ୍ରସ୍ତୁତ କରିବା ପାଇଁ ସେ ସାଢେ ୩ ମାସ ସମୟ ନେଇଥିଲେ । ଏହି ୭ ହଜାର ୨୦୦ ହୀରା ଖଚିତ ଫଟୋଚିତ୍ରଟିର ମୂଳ୍ୟ କେତେ ହେବ ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ବିପୁଲ କହିଛନ୍ତି, ଯେ ଏହି ଫଟୋଚିତ୍ରର ମୂଲ୍ୟ ମୋଦିଙ୍କ ତୁଳନାରେ କିଛି ନୁହେଁ । ସେହିପରି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଜନ୍ମ ଦିବସ ଅବସରରେ ଏହାକୁ ଗୁଜରାଟ ବାସୀଙ୍କ ପକ୍ଷରୁ ସେ ଉପହାର ଦେବାକୁ ଚାହୁଁଥିବା କହିଛନ୍ତି । ତେବେ ବିପୁଲ ଜେପିୱାଲା ପେସାରେ ଜଣେ ଘର ଡିଜାଇନର ହୋଇଥିବା ବେଳେ ତାଙ୍କର ନିଶା ହେଉଛି ଚିତ୍ର ଆଙ୍କିବା ।

Related Articles

Back to top button
WP Twitter Auto Publish Powered By : XYZScripts.com